ମୋବାଇଲ୍‌ ମିସ୍‌ଡ କଲରୁ ୧୩ ବର୍ଷୀୟ ନାବାଳିକା ସହ ପ୍ରେମ ସଂପର୍କ, ଦୁଷ୍କର୍ମ ଅଭିଯୋଗରେ କଲେଜ ଛାତ୍ର ଗିରଫ

ରାଜଗାଙ୍ଗପୁର: ମୋବାଇଲ ମିସ୍‌ଡ କଲରୁ ୧୩ ବର୍ଷୀୟ ନାବାଳିକା ସହ ପ୍ରେମ ସଂପର୍କ ଆରମ୍ଭ ହୋଇଛି। ମୋବାଇଲରେ କଥାବାର୍ତ୍ତା ବଢ଼ିବା ପରେ ଶାରୀରିକ ସଂପର୍କ ସ୍ଥାପନ କରିଛି ଅଭିଯୁକ୍ତ କଲେଜ ଛାତ୍ର। ତେବେ ଘଟଣା ସପଂର୍କରେ ପୀଡ଼ିତାର ମା’ ଜାଣିବା ପରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ପୁଲିସ ଅଭିଯୁକ୍ତ କଲେଜ ଛାତ୍ରକୁ ଗିରଫ କରିଥିବା ଜଣାପଡ଼ିଛି। ଗିରପ ଅଭିଯୁକ୍ତ ହେଲା ଗଣେଶ ଟପ୍ପୋ (୧୮+)। ସେ ସ୍ଥାନୀୟ ଏକ ଘରୋଇ କଲେଜର ଛାତ୍ର ଥିବା ଜଣାପଡ଼ିଛି।

ରାଜଗାଙ୍ଗପୁର ଆଇଆଇସି ଗୋକୁଳା ନନ୍ଦ ସାହୁ କହିଛନ୍ତି, ଦୁଷ୍କର୍ମ ଅଭିଯୋଗରେ ପୁଲିସ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବନ୍ଥୁପଡ଼ା ଗ୍ରାମର ଲଲିତ ଟପ୍ପୋଙ୍କର ପୁଅ ଗଣେଶ ଟପ୍ପୋ (୧୮+)କୁ ଗିରଫ କରିଛି। ଗଣେଶ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ନିଜ ଗାଁ ଠାରୁ ଅଳ୍ପ ଦୂରରେ ଥିବା ଅନ୍ୟ ଏକ ଗାଁର ୧୩ ବର୍ଷୀୟ ନାବାଳିକା ସହିତ ପ୍ରେମ ସଂପର୍କ ରଖିଥିଲା। ସେ ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିବା ନେଇ ପୀଡ଼ିତାର ମା’ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ରାଜଗାଙ୍ଗପୁର ପୁଲିସ ଆଜି ଅଭିଯୁକ୍ତକୁ ତା’ର ଘର ଭିତରୁ ଆଜି ଗିରଫ କରିଛି। ଅପରପକ୍ଷେ ଉଭୟ ପୀଡ଼ିତା ଓ ନାବାଳକର ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଗଣେଶ ମୋବାଇଲ କଲ ମାଧ୍ୟମରେ ନାବଳିକାର ସଂପର୍କରେ ଆସିଥିଲା। ସେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା।

ସମ୍ବନ୍ଧିତ ଖବର