ସାପ କାମୁଡ଼ାରେ କଲେଜ ଛାତ୍ର ମୃତ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଟୋପ ପଂଚାୟତ ପରମାଣପୁର ଗାଁର ଶେଷଦେବ ମଲ୍ଲିକଙ୍କ ଏକ ମାତ୍ର ପୁତ୍ର ଦୀପକ ମଲ୍ଲିକ(୨୦)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସେ ଘରେ ଖଟରେ ଶୋଇଥିବା ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଏକ ଚିତି ସାପ ତାଙ୍କ କାନକୁ କାମୁଡ଼ି ଦେଇଥିଲା। ହଠାତ୍‌ ସେ ଉଠିପଡ଼ି ଖଟରେ ସାପ ଥିବା ଦେଖି ମୋବାଇଲରେ ଫଟୋ ଉଠାଇ ଘର ଲୋକଙ୍କୁ କହିଥିଲେ। ପରିବାରଲୋକେ ତାଙ୍କୁ ତୁରନ୍ତ ଏକ ଗାଡ଼ିରେ ବୁର୍ଲା ଭୀମସାରକୁ ନେଇଥିଲେ। କିଛି ଘଣ୍ଟା ପରେ ବୁଧବାର ସକାଳ ୮ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବୁର୍ଲା ମେଡିକାଲରେ ତୁରନ୍ତ ଚିକିତ୍ସା ହୋଇ ନଥିବା ମୃତ ଦୀପକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ପରେ ନିଜ ଗାଁକୁ ମରଶରୀର ଅଣାଯାଇ ଦାହ ସଂସ୍କାର କରାଯାଇଥିଲା। ପୁତୁରା କଳାକାହ୍ନୁ ମଲ୍ଲିକ ମୁଖାଗ୍ନି ଦେଇଥିଲେ। ଦୀପକ ଅତାବିରା କଲେଜରେ ଯୁକ୍ତ ତିନି କଳାର ଶେଷ ବର୍ଷ ଛାତ୍ର ଥିଲେ। ତାଙ୍କର ଏହି ଅକାଳ ବିୟୋଗ ନେଇ ଅତାବିରା କଲେଜ ତଥା ନିଜ ଗାଁ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର