ବାସୁଦେବପୁର : ଘରୋଇ କଳହରୁ ବିଷ ଖାଇଲେ କଲେଜ ଛାତ୍ରୀ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢୁଆଁ ଗ୍ରାମର ମନୋଜ ଦାସଙ୍କ ଝିଅ ଲିପିପୁଷ୍ପା ତାଙ୍କ ମାମୁ ମାନସ କୁମାର ନାୟକଙ୍କ ଘର ପାରା ଗାଁରେ ରହି ଯୁକ୍ତ ଦୁଇରେ ପଢୁଥିଲେ। ଘରୋଇ କଳହକୁ କେନ୍ଦ୍ରକରି ଗତକାଲି ରାତିରେ ଲିପିପୁଷ୍ପା ବିଷ ପିଇ ଦେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଘରକୁ ନେଇ ଆସିଥି‌େଲ। ପରେ ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ପ୍ରାଣ ହରାଇଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ତାଙ୍କ ଭାଣିଜୀର ଜୀବନ ଗଲା ବୋଲି ଅଭିଯୋଗ କରି ଲିପିପୁଷ୍ପାଙ୍କ ମାମୁଁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର