ବାଲେଶ୍ୱର : ଆଜି ସଂଧ୍ୟାରେ ବାଲେଶ୍ୱର ସହର ପୁଲିସ୍ଲାଇନ ସାହୁ ତେଲ ଟାଙ୍କି ସାମ୍ନାରେ ବସ୍ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜ୍ୟୋତିରଂଜନ ଜେନା (୨୦)। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ର ଅଭିଷେକ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତିକରା ଯାଇଛି। ସହଦେବଖୁଣ୍ଟା ପୁଲିସ ଜ୍ୟୋତିରଂଜନଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଏହସାନ ବସ୍କୁ ଜବତ କରିଛି। ଏହି ଘଟଣା ସନ୍ଧ୍ୟା ୬ଟା ବେଳେ ଘଟିଛି।
ମୃତ ଜ୍ୟୋତିରଂଜନ ନୀଳଗିରି ଥାନା ବିମ୍ବୁରିଆ ଗାଁର କମଳାକାନ୍ତ ଜେନାଙ୍କ ପୁଅ। ସେ ନୀଳଗିରି କଲେଜର ଯୁକ୍ତ ୩ ବିଜ୍ଞାନର ଶେଷବର୍ଷର ଛାତ୍ରଥିଲେ। ଜ୍ୟୋତିରଂଜନ ସାଙ୍ଗ ଅଭିଷେକଙ୍କ ସହ ଏକ ବାଇକ୍ରେ ବାଲେଶ୍ୱର ସହରକୁ ବୁଲିବାକୁ ଆସିଥିଲେ। ଦୁହେଁ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ସାହୁ ପେଟ୍ରୋଲ ପମ୍ପ୍ରୁ ବାହାରୁଥିବା ଏହେଶାନ୍ ବସ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଜ୍ୟୋତିରଂଜନଙ୍କ ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/balasore.jpg)