ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଥାନା ଅଂଚଳରେ ଜଣେ କଲେଜ ପଢୁଥିବା ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଂଚଳର ଜନୈକ କଲେଜ ଛାତ୍ରୀ ବାଲିମେଳା କଲେଜରେ ପାଠ ପଢୁଥିବା ବେଳେ ଜଣକ ଘରେ ଭଡାରେ ରହୁଥିଲେ। ସେହି ଛାତ୍ରୀ ସହ ଅନ୍ୟ ତିନି ଜଣ ଛାତ୍ରୀ ମଧ୍ୟ ସାଥି ହୋଇ ରହୁଥିଲେ। କଲେଜ ଛୁଟି ହେବା ପରେ ସେମାନେ ନିଜ ନିଜ ଘରକୁ ଚାଲିଯାଇଥିବା ବେଳେ ଚିତ୍ରକୋଣ୍ଡା ଥାନା ଅଂଚଳର ଝିଅଟି ସେହି ଘରେ ରହି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିଲେ।
ତେବେ ଗତକାଲି ରାତି ପ୍ରାୟ ଏଗାରଟା ସମୟରେ ଘର ମାଲିକର ପୁଅ ଜବରଦସ୍ତ ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା।ଛାତ୍ରୀଙ୍କ ବେକକୁ ଚାପିବା ସହ ପାଟି କଲେ ଜୀବନରେ ମାରିଦେବାର ଭୟ ମଧ୍ୟ ଦେଖାଇଥିବା ଛାତ୍ରୀ ନିଜ ଏତଲାରେ ଦର୍ଶାଇଛନ୍ତି। ଏହାପରେ ସେ ନିଜର ବଡଭାଇଙ୍କୁ ଏ କଥା ଜଣାଇବା ପରେ ବାଲିମେଳା ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ବାଲିମେଳା ପୁଲିସ ଘର ମାଲିକର ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ଜୋନ କୁଜୁର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/5561bf0a-cdd8-4a99-a627-7abd49974696.jpg)