ବେକରେ ଦଉଡି ଦେଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ରେମୁଣା: ରେମୁଣା ଶିଳ୍ପାଞ୍ଚଳ ଥାନା ଗଣେଶ୍ବରପୁର ଅଞ୍ଚଳର ଭ‌ାଗୀରଥୀ ପ୍ରଧାନଙ୍କ ଝିଅ ତ୍ରିଶାରାଣୀ ପ୍ରଧାନ(୧୭) ଆଜି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ରେମୁଣା କଲେଜରେ ଯୁକ୍ତଦୁଇରେ ପଢ଼ୁଥିବା ତ୍ରିଶା ଆଜି କଲେଜରୁ ଫେରିବା ପରେ ହଠାତ୍‌ ଫାଶୀ ଲଗାଇଦେଇଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଥାନାରେ ୧୨/୨୨ ଅପମୃତ୍ୟୁଜନିତ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର