ଜଗତସିଂହପୁର ଟାଉନ୍: ଜଗତସିଂହପୁର-କନ୍ଦରପୁର ୫୫ନମ୍ବର ଜାତୀୟ ରାଜପଥ ଆଜି ପ୍ରାୟ ୪ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଅଳକା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ କିଛି ମହିଳା ଏହି ରାସ୍ତାରୋକ କରିଥିଲେ। କଲେଜ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ମଦ ଦୋକାନ ଉଠାଇବା ଦାବିରେ ସେମାନେ ଏହି ରାସ୍ତାରୋକ କରିଥିଲେ। ତେବେ, କେତେଜଣ ଲୋକଙ୍କ ନିଜ ସ୍ୱାର୍ଥ ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଇ ଏହି ରାସ୍ତାରୋକ କରାଯାଇଥିବା ଅଭିଯୋଗ ହୋଇଛି ଓ ଏହାଦ୍ୱାରା ସାଧାରଣ ଲୋକେ ଅସୁବିଧାରେ ପଡ଼ିଥିବା ଅଭିଯୋଗ ହୋଇଛି।
ଆଜି ପୂର୍ବାହ୍ନ ପ୍ରାୟ୧୧ଟା ବେଳେ ଅଳକା ମହାବିଦ୍ୟାଳୟର କିଛି ଛାତ୍ରୀଛାତ୍ରୀ ବସନ୍ତପୁର ଛକଠାରେ ଜଗତସିଂହପୁର-କନ୍ଦରପୁର ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସେମାନଙ୍କ ସହ କେତେଜଣ ମହିଳା ବି ସାମିଲ ଥିଲେ। ପ୍ରଥମେ କେତେଜଣ ଛାତ୍ରନେତା ଓ କିଛି ସ୍ଥାନୀୟ ଲୋକ କଲେଜର ବିଭିନ୍ନ ଦାବି ନେଇ ରାସ୍ତାରୋକ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ମତାଇଥିଲେ। ଏହାପରେ ସେମାନଙ୍କୁ ଧରି ରାସ୍ତାକୁ ଓହ୍ଲାଇଥିଲେ। କଲେଜର ଦାବି ଭିତରେ ପାଚେରୀ ନିର୍ମାଣ, ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍, ମୁଖ୍ୟରାସ୍ତାରୁ କଲେଜକୁ ସଂଯୋଗ ରୁଥିବା ରାସ୍ତାର ମରାମତି ପ୍ରଭୃତି ଥିଲା। ହେଲେ, ରାସ୍ତାରୋକରେ କଲେଜ ସମସ୍ୟାକୁ ପଛରେ ପକାଇ ମଦ ବିରୋଧୀ ଆନ୍ଦୋଳନ କରାଯାଇଥିଲା। ମୁଖ୍ୟତଃ ବସନ୍ତପୁର ମଦ ଦୋକାନ ବନ୍ଦ କରିବା ଦାବି ଜୋର ଧରିଥିଲା। ବିରିଡ଼ିର ତହସିଲଦାର କସ୍ତୁରିବାଳା ଜେନା ଏବଂ ଉପ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥ ଶର୍ମା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଉପ-ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଓ ବିରିଡ଼ି ତହସିଲଦାର କସ୍ତୁରୀବାଳା ଜେନା ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।
ତେବେ, ଆଜିର ଆନ୍ଦୋଳନ ଓ ରାସ୍ତାରୋକ ଦେଇ ଜନସାଧାରଣଙ୍କ ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ପାଇଛି। କଳେଜଠାରୁ ୩/୪ କିଲୋମିଟର ଦୂରରେ ଥିବା ମଦ ଦୋକାନ ଉଠାଇବାକୁ କାହିଁକି ଦାବି ହୋଇଛି ସେ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏହି ଆନ୍ଦୋଳନ ପଛରେ କିଛି ମଦ ବ୍ୟବସାୟୀଙ୍କ ପ୍ରୋତ୍ସାହନ ରହିଥିବା କୁହାଯାଉଛି। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ରଜତ ପ୍ରହରାଜ କହିଛନ୍ତି ଯେ, କଲେଜ ପରିସରରୁ ୫ ଶହ ମିଟର ଦୂରରେ ମଦ ଦୋକାନ ରହିବା କଥା। ବର୍ତ୍ତମାନ ସ୍ଥାନରେ ମଦ ଦୋକାନ ହେବା କୌଣସି ନିୟମକୁ ଉଲଂଘନ କରୁନାହିଁ। ଅଳକା କଲେଜ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ନନ୍ଦ କହିଛନ୍ତି ଯେ, କଲେଜର ଉନ୍ନୟନମୂଳକ କାମ ପାଇଁ ଛାତ୍ରଛାତ୍ରୀମାନେ ମୋତେ କୌଣସି ଦରଖାସ୍ତ ବା ଅଭିଯୋଗ କରିନାହାନ୍ତି। ଛାତ୍ରସଂସଦର କିଛି ପିଲା ଗତ ୧୦ ତାରିଖ ଦିନ ବସନ୍ତପୁର ମଦ ଦୋକାନ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ। ଦାବି ପୂରଣ ନହେଲେ ୭ ଦିନ ଭିତରେ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ଆଜି ଆନ୍ଦୋଳନ କରିବା ପୂର୍ବରୁ ସେମାନେ କିଛି ଜଣାଇ ନାହାନ୍ତି ବୋଲି ଅଧ୍ୟକ୍ଷା କହିଛନ୍ତି। କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଆନ୍ଦୋଳନ କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି।
କଲେଜ ଛାତ୍ରଙ୍କ ୪ଘଣ୍ଟା ରାସ୍ତାରୋକ
:ଆନ୍ଦୋଳନର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ
/sambad/media/post_attachments/wp-content/uploads/2017/10/jgtsgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)