ସୈନିକଙ୍କୁ ଜମି ଯୋଗାଇବା ନାଁରେ ଠକେଇ: କର୍ଣ୍ଣେଲ ରାକେଶ ରାଣାଙ୍କ ଜାମିନ ଖାରଜ

କଟକ: ସୈନିକଙ୍କୁ ଭୁବନେଶ୍ବରରେ ଜମି ଯୋଗାଇଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ୍‌ କର୍ଣ୍ଣେଲ ରାକେଶ ରାଣାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଖଣ୍ଡପୀଠ କର୍ଣ୍ଣେଲ ରାଣାଙ୍କ ଆବେଦନ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଥିଲେ।

ସୂଚନା ଯୋଗ୍ୟ ଯେ ସେନାର ଅବସରପ୍ରାପ୍ତ କର୍ମଚାରୀ ଅଭିଯୋଗ କରିଥିଲେ ଯେ କର୍ଣ୍ଣେଲ ରାଣା ସୈନିକ େୱଲଫେୟାର ଅର୍ଗାନାଇଜେସନ୍‌ ନାମରେ ସ˚ସ୍ଥା ଗଢି ଭୁବନେଶ୍ବର ଗିରିଙ୍ଗପୁଟ ମୌଜାରେ ଜମି ଯୋଗାଇ ଦେବାକୁ କହି ୫୪୨ ଲୋକଙ୍କ ନିକଟରୁ ପ୍ରାୟ ୩୦ କୋଟି ଟଙ୍କା ସ˚ଗ୍ରହ କରିଥିଲେ। ପ୍ରତିଶ୍ରୁତି ମୁତାବକ ୨୦୧୨, ଜୁନ୍‌ ମାସ ସୁଦ୍ଧା ସ˚ସ୍ଥା ଜମି ଯୋଗଇ ନଥିଲା କି ଜମାକାରୀଙ୍କ ଟଙ୍କା ଫେରସ୍ତ କରି ନଥିଲା। ଜମି ପାଇଁ ଟଙ୍କା ଜମା କରିଥିବା ଜମାକାରୀଙ୍କ ମଧୢରେ ସେନା କର୍ମଚାରୀ ଓ ଅବସରପ୍ରାପ୍ତ ସୈନିକ ଥିଲେ। ସ˚ସ୍ଥା ବ୍ରୁକସନ୍‌ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ ସ˚ସ୍ଥାକୁ ଜମି ଯୋଗାଇବାକୁ ୧୯ କୋଟିରୁ ଅଧିକ ଟଙ୍କା ଦେଇଥିଲା। ଏହି ମାମଲାରେ କର୍ଣ୍ଣେଲ ରାଣାଙ୍କ ସହିତ ବ୍ରୁକସନ୍‌ ଏମଡି ପୂର୍ଣ୍ଣଚନ୍ଦ୍ର ପଣ୍ତା ଓ ପ୍ରଦୀପ ବାରିକଙ୍କୁ ମଧୢ କ୍ରାଇମବ୍ରାଞ୍ଚ୍‌ ଗିରଫ୍‌ କରିଥିଲା।

ସମ୍ବନ୍ଧିତ ଖବର