ପୁରୀ: ବଡ଼ଦାଣ୍ଡରେ ସମାନତା ଆଣିବା ପାଇଁ ଆରମ୍ଭ ହୋଇଛି ରଙ୍ଗ କାମ। ଓବିସିସି ପକ୍ଷରୁ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା କୋଠାରେ ରଙ୍ଗ ଦିଆ କାମ ଆରମ୍ଭ ହୋଇଛି। ସିଂହଦ୍ବାର ପାର୍ଶ୍ବରୁ ବିଭିନ୍ନ କୋଠାରେ ରଙ୍ଗ ଧଉଳା ଯାଉଛି। ଶ୍ରୀମନ୍ଦିର ପାର୍ଶ୍ବରୁ ବାମପାର୍ଶ୍ବରେ ଏକାଧିକ କୋଠାର ରଙ୍ଗ କାମ ପରେ ଏବେ ଡାହାଣପାର୍ଶ୍ବ କୋଠାରେ ରଙ୍ଗ କାମ ଆରମ୍ଭ ହୋଇଛି। ଆଜି ହିନ୍ଦୀ ସ୍କୁଲଠାରେ ଥିବା ଦୋକାନ ଘର ରଙ୍ଗ କାମ ଜାରି ରହିଛି। ସୂଚନାଯୋଗ୍ୟ, ଗତ ମାସରେ ବଡ଼ଦାଣ୍ଡ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ସମସ୍ତ କୋଠାର ସମ୍ମୁଖ ଭାଗ ରଙ୍ଗ ଏକପ୍ରକାର ରହିବ। କେହି ନିଜ ଇଚ୍ଛା ଅନୁସାରେ କୋଠାର ରଙ୍ଗ ବଦଳାଇ ପାରିବେନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆରମ୍ଭ ପୂର୍ବରୁ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବଡ଼ଦାଣ୍ଡର ସମାନତା ପାଇଁ ଚାଲିଛି ରଙ୍ଗ କାମ
/sambad/media/post_attachments/wp-content/uploads/2023/12/dgjgjgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)