ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବର ଓଡ଼ିଶା ଦିବସ ଅବସରରେ ଝଲସି ଉଠିଛି। ଶନିବାର ଏପ୍ରିଲ ୧ ତାରିଖ ଥିବାବେଳେ ସାରା ରାଜ୍ୟ ଏହି ଦିବସକୁ ଓଡ଼ିଶା ଦିବସ ଭାବେ ପାଳନ କରୁଛି। ଭାଷାଭିତ୍ତିକ ଓଡ଼ିଶାକୁ ଏହି ଦିବସରେ ମିଳିଥିବା ସ୍ବତନ୍ତ୍ର ମାନ୍ୟତାକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର ସମୟ ଉପନୀତ ହୋଇଥିବାରୁ ଉକ୍ତ ଦିବସର ଦିନକ ପୂର୍ବରୁ ଅର୍ଥାତ ବୁଧବାର ରାତିରେ ଆଲୋକମାଳାରେ ରାଜଧାନୀର ମୁଖ୍ୟ ଅଟାଳିକାଗୁଡିକ ସଜେଇ ହୋଇଯାଇଛି।
/sambad/media/post_attachments/wp-content/uploads/2023/04/8.jpg)
ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଏହି ଦିବସର ଝଲକ ଦେଖିବାକୁ ମିଳିଛି। ରଙ୍ଗ ବେରଙ୍ଗର ଆଲୋକ ମାଳାରେ ବିଧାନସଭା, ଲୋକସେବା ଭବନ, ରେଳ ସଦନ, ଖାରବେଳ ଭବନ, ନିର୍ମାଣ ସୌଧ, କମିଶନରେଟ ପୋଲିସ ଭବନ, କୃଷି ଭବନ, ରିଜର୍ଭ ବ୍ୟାଙ୍କ, SBI ମୁଖ୍ୟ କାର୍ଯ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଝଲସି ଉଠିଛି। ଖାଲି ସରକାରୀ କାର୍ଯ୍ୟାଳୟ ନୁହେଁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବି ଏହି ଦିବସର ବର୍ଣ୍ଣାଢ୍ୟତା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2023/04/9.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/7.jpg)