ଗୋଛାପଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍‌‌, ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ

ଫୁଲବାଣୀ : କନ୍ଧମାଳ ପୁଲିସ, ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ଗୋଛାପଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍‌ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି। ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନମାନେ ଲଗାଣ ବର୍ଷା ‌ସତ୍ତ୍ବେ ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଗୋଛାପଡ଼ା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପେରେସନ୍‌ ଚଳାଇଥିଲେ। ତଲାସୀ ବେଳେ ଏକ ବିଶାଳ ମାଓକ୍ୟାମ୍ପ୍‌ ଠାବ କରିଥିଲେ। ସେଠାରେ ଚଢ଼ଉରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ଆଜି କନ୍ଧମାଳ ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଜବତ ସାମଗ୍ରୀ ମଧ୍ୟରେ କିଛି ମାଓ ପୋଷାକ, ଔଷଧ, ଜିଲେଟିନ୍‌ ଷ୍ଟିକ୍‌, ବିଦ୍ୟୁତ ତାର, ଜଗ୍‌, କମ୍ବଳ, ସେଫ୍‌ଟି ଫ୍ୟୁଜ୍‌, ସାବୁନ୍‌, ତେଲ ଆଦି ଅନ୍ତର୍ଭୁକ୍ତ ଥିବା ଏସ୍‌.ପି କହିଛନ୍ତି।

ସମ୍ବନ୍ଧିତ ଖବର