ଭୁବନେଶ୍ବର: ଦିନ ତମାମ ବିବାଦ ଓ ବୟାନବାଜି ପରେ ଶେଷରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଉଠିଥିବା ଝଡ଼ ଏବଂ କଳିକୁ ନେଇ ମୁହଁ ଖୋଲିଲେ କମେଡ଼ିଆନ ମିଷ୍ଟର ଗୁଲୁଆ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଗୁଲୁଆ କହିଛନ୍ତି- ମୋ ଶ୍ବଶୁର ଏବଂ ମୋ ସ୍ତ୍ରୀ ମତେ ମାରିବା ପାଇଁ ଯନ୍ତ୍ରଣା ଦେଉଛନ୍ତି । ଶ୍ବଶୁର ବାରମ୍ବାର ପଇସା ମାଗୁଛନ୍ତି ଏବଂ ସ୍ତ୍ରୀ ସହ ମୋର ବୈବାହିକ ବିବାଦ ହେବା ପରେ ସିଏ ମତେ ବଦନାମ କରିବାକୁ ଧମକ ଦେଉଛନ୍ତି । ଏ ଘଟଣା ବହୁତ ଦିନ ପୂର୍ବରୁ ଘଟିଛି ହେଲେ ଯେହେତୁ ଲୋକେ ମତେ ଜାଣନ୍ତି ତେଣୁ ମୁଁ ଘର ଭିତରେ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିଛି । ବର୍ଷାଙ୍କ ବାପାଙ୍କ ଗୋଡହାତ ବି ଧରିଛି । କିନ୍ତୁ କିଛି ସମାଧାନ ହେଇନି, ଧମକ ମିଳି ଚାଲିଛି । ତାଙ୍କ ବାପା ମତେ ଯେଉଁଠି ଥିଲେ ବି ଉଠେଇ ଆଣିବେ ବୋଲି ଧମକ ଦେଇଛନ୍ତି ।

Advertisment

ଆହୁରି ପଢନ୍ତୁ- Gulua-Barsha Controversy: ସ୍ବାମୀ-ସ୍ତ୍ରୀ ଓ ସେମାନେ… ପରକୀୟା ପ୍ରୀତି ପାଇଁ ବର୍ଷା-ଗୁଲୁଆ କଳି ! ମୁହଁ ଖୋଲି ଗୁଲୁଆଙ୍କ ଗୁମର ଫିଟାଇଲେ ପତ୍ନୀ

ବର୍ଷା ବାରମ୍ବାର ମତେ ଇଙ୍ଗିତ କରି ପୋଷ୍ଟ କରନ୍ତି । ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରେ । ଏ ଘଟଣା ପାଇଁ ଆମେ ଦାୟୀ, ସମୟ ଦାୟୀ । ବିଭିନ୍ନ ସମସ୍ୟା ନେଇ ଝଗଡ଼ା ହେଇଛି । ମୋ ବାପା ବଉ ଘରକୁ ଆସିଲେ ସମସ୍ୟା । ବାପା ମୋର ପାନ ଖିଆ ଲୋକ, ବେସିନରେ ପାନ ଛେପ ପକେଇଲେ ଝଗଡ଼ା । ବାପାଙ୍କ ଉପରେ ଖରାପ କଥା, ସାନ ଭାଇକୁ ଖରାପ କଥା କୁହାଯାଏ । ବାପାଙ୍କୁ ଟଙ୍କା ପଠାଇଲେ ଘରେ ସମସ୍ୟା ହୁଏ । 

Gulua-Barsha Controversy
Gulua-Barsha Controversy Photograph: (sambad.in)

ଆହୁରି ପଢନ୍ତୁ- Gulua-Varsha Conflict: ପିଇସା ଫେରାଇଲେନି ପଇସା, ସଂଗୀନ ଅଭିଯୋଗ ଆଣିଲେ ବର୍ଷା

ପରକୀୟା ପ୍ରୀତି କେତେ ସତ ?

ପରକୀୟା ପ୍ରୀତି ନେଇ ପ୍ରତିକ୍ରିୟା ରଖିଲେ ଗୁଲୁଆ । କହିଲେ- ବର୍ଷା ବିବାହ ପୂର୍ବରୁ ପରକୀୟା ପ୍ରୀତି କଥା ଯଦି କହୁଛନ୍ତି ତେବେ ମତେ ବାହା ହେବାକୁ ଆତ୍ମହତ୍ୟା ଧମକ କାହିଁକି ଦେଉଥିଲେ । ମତେ ବାହା ହୁଅ ନହେଲେ ମୁଁ ଆତ୍ମହତ୍ୟା କରିବି ବୋଲି କାହିଁକି ସେ କହୁଥିଲେ । ୮ ମାସ ହେଲା ସେ ମୋ ପାଖରେ ରହୁ ନାହାନ୍ତି । କାହା ସହ ରହୁଛନ୍ତି ସେ ଜାଣିଛନ୍ତି । ପରକୀୟା ପ୍ରୀତି ତାଙ୍କର ନାହିଁ ବୋଲି କିଏ କହିବ ? ଆମର ଯେତେବେଳେ ଝଗଡ଼ା ହେବ ପୋଲିସ ନହେଲେ ମିଡିଆ ସମାଧାନ କରିବ । 

ତାଙ୍କ EMI ମୁଁ ଭରୁଛି- ଗୁଲୁଆ

ଗୋଟେ ବାଇଟରେ ସିଏ କହୁଛନ୍ତି ଆଇଫୋନ୍ ମୋ ବାପାଙ୍କ ପଇସାରେ, ଘର ମୋ ବାପାଙ୍କ ପଇସାରେ, ଗାଡ଼ି ମୋ ବାପାଙ୍କ ପଇସାରେ ଯଦି ତାହାଲେ ସିଏ ଧରୁଥିବା ଆଇଫୋନର ଇଏମଆଇ ମୁଁ କାହିଁକି ଭରୁଛି ? ବିବାଦ ପରେ ପଇସା କଥା ଉଠିଲା । ସବୁ ସୁନା ଗହଣା ଏବେ ତାଙ୍କ ପାଖରେ । 

‘ବର୍ଷା ଆରମ୍ଭ କଲେ ସୋସିଆଲ ମିଡିଆ ଯୁଦ୍ଧ’

ବର୍ଷାଙ୍କୁ ମୁଁ ଆଉ କିଛି କହିବାକୁ ଚାହୁଁନି । ଯାହା ତାଙ୍କର ଇଚ୍ଛା କରନ୍ତୁ । ସୋସିଆଲ ମିଡିଆରେ ଯୁଦ୍ଧ ସିଏ ଆରମ୍ଭ କଲେ । ଆଗ ସିଏ ପୋଷ୍ଟ କରିଥିଲେ । ତାପରେ ମୁଁ ସୋସିଆଲ ମିଡିଆରେ ପୋଷ୍ଟ କଲି । ମୁଁ ବି ନିଜ ଲଢେଇ ନିଜେ ଲଢିବି । ମୁଁ ବାରମ୍ବାର ମାନସିକ ଚିନ୍ତାରେ ରହିବା ପରେ ଭିଡିଓ କଲି । 

ପୂରା ଭିଡ଼ିଓ ଦେଖନ୍ତୁ...