ବରଗଡ଼ : ଆସନ୍ତା ୨୮ରୁ ଅଗଷ୍ଟ ୩ ତାରିଖ ଯାଏ ମାଓବାଦୀମାନେ ପାଳିବାକୁ ଯାଉଛନ୍ତି ସହିଦ ସପ୍ତାହ। ଏଥି ପାଇଁ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ ହେବା ପରେ ବରଗଡ଼ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହୁଥିବା ଇଲାକାରେ ଚିନ୍ତା ବଢ଼ିଛି। ସାଧାରଣତଃ ବରଗଡ଼ ଜିଲ୍ଲାରେ ଜୁନ୍ରୁ ଅଗଷ୍ଟ ମାସରେ ବିଭିନ୍ନ ଜଂଗଲରେ ମାଓବାଦୀ ଗତିବିଧି ରହିଥାଏ। ୨୦୧୩ ମସିହାରୁ ଦୀର୍ଘ ସାଢ଼େ ୪ ବର୍ଷର ବ୍ୟବଧାନ ପରେ ଠିକ୍ ମାଓ ସହିଦ ସପ୍ତାହ ପାଳନ ପୂର୍ବରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ। ସହିଦ୍ ସପ୍ତାହ ପାଳନ ଆହ୍ବାନ ଦେଇ ସେମାନେ ବରଗଡ଼ ମୁଖ୍ୟ କେନାଲର ଜିରୋ ପଏଣ୍ଟରେ ବ୍ୟାନର୍ ଓ କିଛି ଲିଫ୍ଲେଟ୍ ଛାଡ଼ି ଯାଇଥିଲେ। ୨୦୧୮ ମାର୍ଚ୍ଚରେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ମାଓବାଦୀ ସାଲେପାଲିରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ମାଓ ଗତିବିଧି ଜିଲ୍ଲାରେ ଶାନ୍ତ ରହିଥିଲା।
/sambad/media/post_attachments/wp-content/uploads/2021/07/Mkg-Saheed-pillar-by-naxal-2.jpg) Sambad
 Sambadଏହାପୂର୍ବରୁ ୨୦୧୭ ସେପ୍ଟେମ୍ବର ମାସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀ ପାଇକମାଳ ସାଲେପାଲି ଅଂଚଳରେ ଟଳି ପଡ଼ିଥିଲେ। ୨୦୨୦ ମସିହା ଅଗଷ୍ଟ ମାସରେ ପାଇକମାଳ ବ୍ଲକ୍ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ ହୋଇଥିଲା। ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ କେହି ମୃତାହତ ହୋଇନଥିଲେ। ସେଠାରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିଲା। ସଦ୍ୟ ଭାବେ ଗତ ଜୁନ୍ ମାସରେ ଝାଞ୍ଜ ପାହାଡ଼ରେ ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ଆକ୍ରମଣରେ ବରିଷ୍ଠ ମାଓ କ୍ୟାଡର୍ ରବିନ୍ଦର ଟଳି ପଡ଼ିଥିଲା। ରବିନ୍ଦର୍ ବଲାଂଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ୍ର ସକ୍ରିୟ ନେତା ଥିଲା। ରବିନ୍ଦରର ମୃତ୍ୟୁ ମାଓ ସଂଗଠନ ପାଇଁ ଶକ୍ତ ଧକ୍କା ଏବଂ ଓଡ଼ିଶା ପୁଲିସ୍ର ଏକ ବଡ଼ ସଫଳତା ଥିଲା।
/sambad/media/post_attachments/wp-content/uploads/2021/07/naxal-aa.jpeg) Ommcom News
 Ommcom Newsପୁରୁଣା ରେକର୍ଡ ଦେଖିଲେ, ମାଓ ସହିଦ ସପ୍ତାହ ପାଳନ ଅବଧିର ପାଖାପାଖି ଗନ୍ଧମାର୍ଦ୍ଦନ ପାହାଡ଼, ଝାଞ୍ଜ ପାହାଡ଼ ଏବଂ ଡେବ୍ରିଗଡ଼ ଅଂଚଳରେ ମାଓ ଗତିବିଧି ରହୁଛି। ଏବେ ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ ହେବା ପରେ ବରଗଡ଼ ଜିଲ୍ଲାରେ ମଧ୍ୟ ପୁଲିସ୍ ପକ୍ଷରୁ କଡ଼ା ସତର୍କତା ଅବଲମ୍ବନ କରାଯାଉଥିବା ଶୁଣିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/naxal_1516794145-1024x685-1.jpg)
