ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା  ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମାଧାନ ପାଇଁ ଏହି କମିଟି ଗଠନ ହୋଇଛି। କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଅଛନ୍ତି ୮ ଜଣ ସଦସ୍ୟ ଅଛନ୍ତି। ସଦସ୍ୟ ମାନେ ହେଲେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଜଳ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ଏମ୍‌ଏସଇ ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ସାମିଲ ଅଛନ୍ତି।

ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ଏହି କମିଟି ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବ। କୋଟିଆ, ନେରେଡି ବ୍ୟାରେଜ, ଝଞ୍ଜାବତି ଜଳଭଣ୍ଡାର ବିବାଦର ସମାଧାନ କରିବ। ସେହିପରି ପୋଲାଭରମ ଓ ବାହୁଡ଼ା ନଦୀର ଜଳ ବିବାଦ ସମାଧାନ କରିବ। ବାଲିମେଳା ଓ ଉପର ସିଲେରୁ ପ୍ରକଳ୍ପ ନେଇ ବୁଝାମଣା ହେବ।

ସମ୍ବନ୍ଧିତ ଖବର