ପରିବହନ ମନ୍ତ୍ରୀଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌, ଚାଳକ ଥାନାରେ ଅଟକ

କଟକ: ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ କାର୍‌କୁ ଶୁକ୍ରବାର ଏକ ଟ୍ରକ୍‌ ଧକ୍କା ଦେଇଛି। ରିପୋର୍ଟ ଅନୁସାରେ କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ଡିହସାହି ଛକ ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ଟ୍ରକ୍‌ଟି ଧକ୍କା ଦେଇଥିଲା। ସନ୍ଧ୍ୟାରେ ମନ୍ତ୍ରୀ କଟକ ଯାଉଥିବା ବେଳେ ପଛପଟରୁ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମନ୍ତ୍ରୀ ନିଜ ରାସ୍ତାରେ ଆଗକୁ ଯାଇଥିଲେ।

ସମ୍ବନ୍ଧିତ ଖବର