ଭୁବନେଶ୍ବର: ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବାଣିଜ୍ୟ ଷ୍ଟ୍ରିମ୍ରେ ନାମଲେଖା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଲାଗି ଛାତ୍ର ଛାତ୍ରୀଙ୍କ ଲାଗି EWS କୋଟାରେ ଆଡ଼ମିଶନ ଅନ୍ଲାଇନ୍ରେ କରାଯିବ। ଯାହାଦ୍ୱାରା ସ୍ୱଚ୍ଛତା ରହିପାରିବ। କିଛି ସ୍ଥାନରୁ ଆଡ଼ମିଶନ ସମ୍ପର୍କିତ ଅନିୟମିତତା ଆସିବା ପରେ ଏହି ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି ଶ୍ରୀ ଦାଶ କହିଛନ୍ତି।
ଆସନ୍ତା ଶିକ୍ଷା ବର୍ଷ ଠାରୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମରେ ନାମ ଲେଖା: ଗଣଶିକ୍ଷା ମନ୍ତ୍ରୀ
/sambad/media/post_attachments/wp-content/uploads/2021/01/Samir-dash-adarsh-school-16_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)