ଲାଞ୍ଚ ନେଲାବେଳେ ଧରାପଡ଼ିଲେ ବାଣିଜ୍ୟକର ଅଧିକାରୀ

ମାଲକାନଗିରି : ମାଲକାନଗିରି ସହକାରୀ ବାଣିଜ୍ୟକର ଅଧିକାରୀ ଅଜୟ କୁମାର ମଲ୍ଲିକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଆଜି ତାଙ୍କୁ ପଚରାଉଚରା କରିବା ପରେ ଜୟପୁର ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନିଆଯିବ ଏବଂ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ବାଣିଜ୍ୟକର ଅଧିକାରୀ ଶ୍ରୀ ମଲ୍ଲିକ ଭୋଳାନାଥ କପଡ଼ା ଦୋକାନର ମାଲିକଙ୍କୁ ଜିଏସ୍‌ଟି ନବୀକରଣ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ କପଡ଼ା ଦୋକାନ ମାଲିକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଆଜି ତାଙ୍କୁ ଟଙ୍କା ସହ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଜାଲ ବିଛାଇଥିଲା, ଯେଉଁଥିରେ ଶ୍ରୀ ମଲ୍ଲିକ ଧରା ପଡ଼ି ଯାଇଥିଲେ। ପରେ ମାଲକାନଗିରି ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳଙ୍କ େନତୃତ୍ବରେ ଏକ ଭିଜିଲାନ୍‌ସ ଦଳ ଶ୍ରୀ ମଲ୍ଲିକଙ୍କ ଭଡ଼ା ଘର, ସରକାରୀ ଘର ଇତ୍ୟାଦିରେ ଚଢ଼ଉ କରିଥିଲେ। ଦଶ ଦିନ ତଳେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କ କାର୍‌ରୁ ଭିଜିଲାନ୍‌ସ ଅଧିକାରୀମାନେ ୧ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲେ। ଏହିି ଘଟଣାେର ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର