ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପ୍ରସ୍ତୁତି

ଆଜିଠାରୁ ୩ ଦିନିଆ ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଭାରତ ନିର୍ବାଚନ କମିସନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତାକାଲିଠାରୁ ୧୫ ତାରିଖ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ୧୪ ତାରିଖରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ଭାବେ ଆଲୋଚନା କରିବା ସହ ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ, ଏସପି, ପୁଲିସ ଆଇଜି ଓ ୩ ରାଜସ୍ବ ଆୟୋଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ କମିସନ ଅନୁଧ୍ୟାନ କରିବା ସହ ପୁଲିସ ନୋଡାଲ ଅଫିସର ଓ େକନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୫ ତାରିଖରେ କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆଇନ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ। ସେହିଦିନ ଅପରାହ୍ନରେ ନିର୍ବାଚନ କମିସନଙ୍କ ନିର୍ବାଚନ ପ୍ରସ୍ତୁତି ନେଇ କମିସନ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର