ଭୁବନେଶ୍ବର: ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯାତନା ନେଇ ମହିଳା ଫୋନ କଲେ ପୁଲିସ ଘରକୁ ଯିବ। ପ୍ରଥମେ କାଉନସେଲିଂ କରାଯିବ । ସମାଧାନ ନ ହେଲେ ପୁଲିସ ମାମଲା ରୁଜୁ କରିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।
ଲକ୍ ଡାଉନ୍ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । କରୋନା ଭାଇରସ୍କୁ ହରାଇବା ପାଇଁ ଲକ୍ ଡାଉନ୍ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ଚିନ୍ତା ପ୍ରକଟ କରି ଏଭଳି ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୁଲିସ।