ସାଇବର ଅପରାଧ ପାଇଁ ଗଠନ ହେଲା ସହାୟତା ଡେସ୍କ, ପୁଲିସ ଜାରି କଲା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ବର: ରାଜ୍ୟରେ ଏଇ କିଛି ଦିନ ମଧ୍ୟରେ ସାଇବାର ଅପରାଧ ବଢ଼ୁଥିବା ଦେଖାଯାଇଛି। ଗତକାଲି ରାଜଧାନୀରେ ଏକା ସାଙ୍ଗରେ ଦୁଇଜଣ ବ୍ୟକ୍ତି ସାଇବାର ଅପରାଧର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସାଇବର ଅପରାଧୀଙ୍କୁ ଧରିବା ଲାଗି ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ। ପୁଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯିବା ସହ ଏହାର ତଦନ୍ତ ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

ଗତକାଲି ପୁରସ୍କାରର ଲୋଭ ଦେଖାଇ ସାଇବର୍‌ ଠକ ରାଜଧାନୀର ଦୁଇଜଣଙ୍କୁ ଲୁଟ୍ଲ କରିଥିଲେ। ଉଭୟଙ୍କ ଆକାଉଣ୍ଟରୁ ମୋଟ ୮୯ ହଜାର ଟଙ୍କା ଲୁଟି ନେଇଥିଲେ। ଠକେଇର ଶିକାର ବ୍ୟକ୍ତ ଦ୍ବୟ ଥିଲେ, ଖାରବେଳନଗର ଥାନା ଅଞ୍ଚଳର ପ୍ରମୋଦ ରଥ ଓ ୟୁନିଟ୍‌-୫ ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି। ଏ ନେଇ ଖାରବେଳନଗର ଓ ସାଇବର୍‌ ଥାନାରେ ଦୁଇଟି ପୃଥକ୍‌ ଅଭିଯୋଗ ହୋଇଛି।

ଏଭଳି ଘଟଣାର ଅଭିଯୋଗ ବାରମ୍ବାର ହେଉଥିବାରୁ ଏହାର ମୁକାବିଲା ପାଇଁ କମିସନରେଟ୍ ପୁଲିସ ଏକ ସହାୟତା ଡେସ୍କ ଗଠନ କରିଥିବା ଜଣା ପଡ଼ିଛି। ଏ ନେଇ ଏକ ହେଲ୍ପଲାଇନ୍  ନମ୍ବର ମଧ୍ୟ ଜାରି କରାଯାଇଛି। ନମ୍ବରଟି ହେଲା ୭୪୪୦୦୦୬୭୦୯। ସାଇବର ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଙ୍ଗେ ସଙ୍ଗେ ପୁଲିସର ଏହି ହେଲ୍ପ ଲାଇନ ନମ୍ବର ୭୪୪୦୦୦୬୭୦୯ରେ କଲ କରିବାକୁ କୁହାଯାଇଛି।

The rise of cyber crime continues to accelerate - Information Age
Information Age

କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, କଲ ଜରିଆରେ ଆସିଥିବା ୟୁଆରଏଲ୍ ଦେବା ମାତ୍ରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯଦି ଆପଣଙ୍କ ପାଖକୁ ସନ୍ଦେହଜନକ ଫୋନ କଲ କିମ୍ବା ମେସେଜ ଆସୁଛି, ତେବେ ତୁରନ୍ତ ସହାୟତା ଡେସ୍କ ବା ପୁଲିସକୁ ଜଣାନ୍ତୁ। ଏହି ସାଇବର ଅପରାଧର ମୁକାବିଲା ପାଇଁ ଜଣେ ସବଇନ୍ସପେକ୍ଟର ଓ ୭ ଜଣ କନଷ୍ଟବଳ କାମ କରୁଛନ୍ତି। ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ପୁଲିସ କମିସନର।

ସମ୍ବନ୍ଧିତ ଖବର