କମିସନରେଟ ପୁଲିସର ନୂଆ କାର୍ଯ୍ୟକ୍ରମ ‘ଦାଦାବଟିକୁ ନା’: ଦାଦାବଟି ମାଗୁଥିବା ଲୋକଙ୍କ ନା କୁହନ୍ତୁ, ପୁରସ୍କାର ଜିତନ୍ତୁ

ଭୁବନେଶ୍ୱର: ଦାଦାବଟି ମୁକ୍ତ ହେବ ଦ୍ବୈତ ନଗରୀ। କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦାବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିସନରେଟ୍ ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ । ସେ କହିଛନ୍ତି ଯେ, ଦ୍ବୈତ ନଗରୀରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ । ଏହାକୁ ବନ୍ଦ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ । ଏହି ନମ୍ବରରେ ଲୋକେ ପୁଲିସକୁ ଗୋପନରେ ସୂଚନା ଦେଇପାରିବେ । ଯେଉଁ ଲୋକ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ।

ସୂଚନା ପାଇବା ପରେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତଡିପାର କରାଯିବ । ଦାଦାବିଟି ରୋକିବା ପାଇଁ ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ହେବ । ଏହି ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା ହେବ । ତେବେ ଏଥିପାଇଁ ଲୋକମାନେ ବିଶେଷକରି ବିଲଡର, ଠିକାଦାର ଓ ଉଠାଦୋକାନୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ପୁଲିସ କମିସନର ।

Dibrugarh police arrests six person on charges of extortion - INSIDENE
inside ne

ଅନେକ ସମୟରେ କଣ୍ଟ୍ରାକ୍ଟର, ବ୍ୟବସାୟୀ, ବିଲଡର, ମାଛ ବେପାରୀ, ଉଠା ଦୋକାନୀ ଇତ୍ୟାଦିଙ୍କ ଠାରୁ ସେହି ଅଞ୍ଚଳର ଦାଦାମାନେ ଦାଦାବଟି ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ | କୌଣସି ପର୍ବପର୍ବାଣୀ ହେଲେ ଦୋକାନୀ ବା ବ୍ୟବସାୟୀଙ୍କ ଠାରୁ ଦାଦାବଟି ମାଗି ସେମାନଙ୍କୁ ଶୋଷଣ କରାଯାଇଥାଏ | ଲୋକେ ଆକ୍ରମଣ ଭୟରେ ଦାଦାବଟି ଦେଇଥାନ୍ତି | ଏବେ ଲୋକଙ୍କ ସେହି ସମସ୍ୟା ଦୂର କରିବା ପାଇଁ କମିସନରେଟ ପୁଲିସ ଦାଦାବଟିକୁ ନାଁ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି | ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକେ ଦାଦାବଟି ମାଗୁଥିବା ଲୋକଙ୍କ ନାଁରେ ଅଭିଯୋଗ କରି ପୁରସ୍କାର ଜିତି ପାରିବେ |

ସମ୍ବନ୍ଧିତ ଖବର