ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ କମିଟି ଗଠିତ

ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଏକ ୭ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ବିଶ୍ବବିଦ୍ୟାଳୟ ପାଇଁ ନିୟମ କାନୁନ୍ ପ୍ରସ୍ତୁତ କରିବା ସହିତ ୧ମାସ ଭିତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦେଶନାମା ପ୍ରକାଶ ପାଇଛି। ଏହି କମିଟିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅଧ୍ୟକ୍ଷ ରହିଛନ୍ତି। ଏହାସହ ଡିଏମ୍‌ଇଟି, ବିଭାଗର ଓଏସ୍‌ଡି, ୨ଜଣ ଅତିରିକ୍ତ ସଚିବ, ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଓଏସ୍‌ଡି ରହିଛନ୍ତି।

ସମ୍ବନ୍ଧିତ ଖବର