ଭୁବନେଶ୍ବର : ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ପରେ ନିର୍ଦ୍ଧାରିତ ମାପଦଣ୍ଡ ସ୍ଥିର କରିବା ଲାଗି କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ୧୨ ଜଣିଆ କମିଟି ଗଠନ ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଯୁଗ୍ମ ସଚିବ ବିପିନ କୁମାର, ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ଉଦିତ୍ ପ୍ରକାଶ ରାଏ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କମିସନର ନିଧି ପାଣ୍ଡେ, ନବୋଦୟ ବିଦ୍ୟାଳୟ ସମିତି କମିସନର ବିନାୟକ ଗର୍ଗ, ୟୁଜିସି ଚେୟାରମ୍ୟାନ୍ଙ୍କ ପ୍ରତିନିଧି, ଚଣ୍ଡିଗଡ଼ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ରୁବୀନ୍ଦ୍ରଜିତ୍ ସିଂ ବ୍ରାର୍, ଶିକ୍ଷା ମନ୍ତ୍ରଣାଳୟର ଡିଡିଜି ଷ୍ଟାଟିଷ୍ଟିକ୍ସ ପି.କେ ବାନାର୍ଜୀ, ଏନ୍ସିଇଆରଟି ନିର୍ଦ୍ଦେଶକଙ୍କ ପ୍ରତିନିଧି, ସ୍କୁଲର ଦୁଇଜଣ ପ୍ରତିନିଧି, ସିବିଏସ୍ଇ ନିର୍ଦେଶକ(ଆଇଟି) ଅନ୍ତିକ୍ରିସ୍ ଜୋହରି, ସିବିଏସ୍ଇ ନିର୍ଦେଶକ(ଏକାଡେମିକ୍) ଜୋସେଫ୍ ଇମାନ୍ୟୁଏଲ୍, ପରୀକ୍ଷା ନିୟନ୍ତ୍ରକ ସୟଂ ଭରଦ୍ବାଜ୍ ସଦସ୍ୟ ରହିଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ କମିଟି ତାହାର ରିପୋର୍ଟ ଦାଖଲ କରିବ। କମିଟିର ବୈଠକ ସମ୍ପର୍କରେ ସଦସ୍ୟମାନଙ୍କୁ ଖୁବ୍ଶୀଘ୍ର ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସିବିଏସ୍ଇ ପାଇଁ ୧୩ ଜଣିଆ କମିଟି
/sambad/media/post_attachments/wp-content/uploads/2019/08/cbse-n-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)