ଭୁବନେଶ୍ବର : କରୋନା ଜନିତ ଲକଡାଉନର ପ୍ରଭାବ ଶିଳ୍ପ, ଅର୍ଥନୀତି, ବେକାରୀ, ଆଦି ଉପରେ ସଙ୍ଗିନ ଭାବେ ପଡିବ। ରାଜ୍ୟ ଅର୍ଥନୀତିକୁ ବିପଦକୁ ଠେଲିଦେଇପାରେ। ଆଜି 'ସମ୍ବାଦ'ରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି।
କୋଭିଡ-୧୯ ଜନିତ ସାମ୍ନା କରିବାକୁ ଥିବା ଯେ କୌଣସି ସମସ୍ୟାର ସମାଧାନ ରାସ୍ତା କାଢିବା ଲାଗି ଅର୍ଥାତ୍ ସେ ଦିଗରେ ଆବଶ୍ୟକ ରଣନୀତି ନିର୍ଧାରଣ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଦସ୍ତଖତରେ ଗଠନ ହୋଇଥିବା ଏହି କମିଟିରେ ଅର୍ଥସଚିବ ଅଶୋକ କୁମାର ମୀନାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ବ୍ୟତୀତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡା ସଚିବ ତଥା ମୁଖ୍ୟସଚିବଙ୍କ କୋଭିଡ୍ ପାଇଁ ନିଯୁକ୍ତି ପାଇଥିବା ଓଏସଡି ବିଶାଳ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ସ୍ବାସ୍ଥ୍ୟ ବିଭାଗର ମନୋନୀତ ଅଧିକାରୀ ଏବଂ ଓଏମସି ପରିଚାଳନା ନିର୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡି ଆର ଭିନିଲ କ୍ରିଷ୍ଣା ସଦସ୍ୟ ରହିବେ।
ମୁଖ୍ୟସଚିବ କହିଛନ୍ତି ଯେ କମିଟି ଚାହିଁଲେ ସରକାରୀ ଓ ବେସରକାରୀ ସ୍ତରରେ ଯେ କୌଣସି ସଦସ୍ୟଙ୍କୁ ଏହି କମିଟିରେ ରଖିପାରିବ। କେବଳ ସେତିକି ନୁହେଁ, କୌଣସି ବିଭାଗ ସଂପର୍କିତ ପରାମର୍ଶଦାତା ସଂସ୍ଥାକୁ ମଧ୍ୟ ସ୍ଥାନ ଦିଆଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/jammu_coronavirus-770x433.jpeg)