ଯୁକ୍ତ୨ ପରିଷଦର ବିଭିନ୍ନ କମିଟି ଗଠିତ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୁପରିଚାଳନା ପାଇଁ ଆଜି ବିଭିନ୍ନ କମିଟି ଗଠନ କରାଯାଇଛି। ପୂର୍ବରୁ ଏକାଡେମିକ ଓ ଫାଇନାନ୍ସ କମିଟିର ସଦସ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମନୋନୀତ ହୋଇଥିବା ବେଳେ ଆଜି ୩ଟି କମିଟି ପାଇଁ ୨୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟନିର୍ବାହୀ କମିଟି ପାଇଁଁ ଦୁଇ ବିଧାୟକ ବଳଭଦ୍ର ମାଝି ଓ ଭୁଜବଳ ମାଝି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।

ପୂର୍ବର୍ ନିଷ୍ପତ୍ତି ଅନୁଯାୟୀ ଆଜି ପରିଷଦର ଅଡିନାରି ବୈଠକ ବସିଥିଲା। ଏଥିରେ ପରୀକ୍ଷା କମିଟି, କାର୍ଯ୍ୟନିର୍ବାହୀ କମିଟି ଓ ସହବନ୍ଧନ କମିଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା କମିଟିକୁ ବିଶ୍ୱଜିତ୍‌ କେଶରୀ ବିଶ୍ୱାଳ, ଗଙ୍ଗାଧର ଦାସ, ରାଧାଶ୍ୟାମ ପଲାଇ, ବିଜୟ କୁମାର ମିଶ୍ର, ମୁରଲୀଧର ପ୍ରଧାନ, ବିଧାୟକ ବଳଭଦ୍ର ମାଝି, ଭୁଜବଳ ମାଝି ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟନିର୍ବାହୀ କମିଟିକୁ ବିଜୟ କୁମାର ମିଶ୍ର, ବିଶ୍ୱଜିତ୍‌ କେଶରୀ ବିଶ୍ୱାଳ, ଗଙ୍ଗାଧର ଦାସ, ନମିତା ଶତପଥୀ, ରାଧାଶ୍ୟାମ ପଲାଇ ନିର୍ବାଚିତ ହୋଇଛନ୍ତି। ସହବନ୍ଧନ କମିଟିକୁ ବିଧାୟକ ଗଣେଶ୍ୱର ପାତ୍ର, ମୁରଲୀଧର ପ୍ରଧାନ, ଇ. ଗୁଣନିଧି ପ୍ରଧାନ, ନମିତା ଶତପଥୀ, ନିଳାଚଳ ମୁନି, ଇଂ. ରଜତ ପାଣିଗ୍ରାହୀ, ସଙ୍ଗୀତା ବାବୁ, ଶୁଭଙ୍କର ସାହୁ, ଇଂ. ଭଜନ୍ତ କୁମାର ରାୟ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ଏକାଡେମିକ କମିଟିକୁ ସଙ୍ଗୀତା ବାବୁ, ଇଂ. ଭଜନ୍ତ କୁମାର ରାୟ, ବିଧାୟକ ଗଣେଶ୍ୱର ପାତ୍ର, ଓୟୁଏଟିର ପ୍ରଫେସର ବାସୁଦେବ ବେହେରା ବିନା ପ୍ରତିଦ୍ୱନ୍ଦ୍ୱିତାରେ ମନୋନୀତ ହୋଇଛନ୍ତି। ଫାଇନାନ୍ସ କମିଟିକୁ ଇଂ. ରଜତ ପାଣିଗ୍ରାହୀ, ଇଂ. ଗୁଣନିଧି ପ୍ରଧାନ, ନୀଳାଚଳ ମୁନି, ଶୁଭଙ୍କର ସାହୁ ନିଦ୍ୱର୍ନ୍ଦ୍ୱରେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର