ନୂଆ ମେଡିକାଲ କଲେଜରେ ଶଯ୍ୟା ବୃଦ୍ଧି ନିଷ୍ପତ୍ତି ପାଇଁ କମିଟି ଗଠିତ

ଭୁବନେଶ୍ବର : ରାଜ୍ୟରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ/ଉପଖଣ୍ଡ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ସୁଲଭ ସ୍ବାସ୍ଥ୍ୟସେବା ସଂପର୍କରେ ପ୍ରସ୍ତାବ ଦେବା ନେଇ ରାଜ୍ୟ ସରକାର ଏକ ୪ଜଣିଆ କମିଟି ଗଠନ କରିଛନ୍ତି। ଆସନ୍ତା ୨ସପ୍ତାହ ଭିତରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି। ଏହି କମିଟିରେ ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଅଧ୍ୟକ୍ଷ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିଏମ୍‌ଇଟି, ଡିଏଚ୍‌ଏସ୍‌(ଓ) ଓ ଯୁଗ୍ମ ସଚିବ ସଦସ୍ୟ ଆବାହକ ଅଛନ୍ତି।

ସମ୍ବନ୍ଧିତ ଖବର