ଲିଙ୍ଗରାଜ ମନ୍ଦିର ପାଇଁ ଆଇନ୍ ପ୍ରସ୍ତୁତ କରିବାକୁ କମିଟି ଗଠିତ

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେବ। ଗତ ସେପ୍ଟେମ୍ବର ୧୦ ତାରିଖରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଆଇନ୍ ପ୍ରସ୍ତୁତ କରିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ଆଇନ୍ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆଇନ୍ ବିଭାଗର ଦୁଇ ଜଣ ସ୍ବତନ୍ତ୍ର ସଚିବ, ଦେବୋତ୍ତର କମିସନର୍, ଆଇନ୍ ବିଭାଗର ଯୁଗ୍ମ ସଚିବ, ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ, ପର୍ଯ୍ୟଟନ ବିଭାଗର ସ୍ବତନ୍ତ୍ର ସଚିବ ସଦସ୍ୟ ରହିଛନ୍ତି। ଆଇନ୍ ବିଭାଗର ଅତିରିକ୍ତ ସଚିବ ଏହି କମିଟିର ଆବାହକ ଅଛନ୍ତି। କମିଟି ଗଠନ ନେଇ ଆଇନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର