ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟି ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ସହ ସେସବୁର କାର୍ଯ୍ୟାନ୍ଵୟନ ନିମନ୍ତେ ପଦକ୍ଷେପ ନେବ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗୋ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ସୂର୍ଯ୍ୟନାରାୟଣ ପାତ୍ର, ରମେଶ ଚନ୍ଦ୍ର ମାଝୀ, ପ୍ରତାପ ଜେନା, ବଦ୍ରିନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ବିକ୍ରମ କେଶରୀ ଆରୁଖ, ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ରାମଚନ୍ଦ୍ର ପଣ୍ଡା, ସାଂସଦ ଭର୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ କନକବର୍ଧନ ସିଂହଦେଓ, ତାରାପ୍ରସାଦ ବାହିନୀପତି, ଜୀବନପ୍ରଦୀପ ଦାସ, ଉମାକାନ୍ତ ସାମନ୍ତରାୟ, ପ୍ରଣବପ୍ରକାଶ ଦାସ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରଜନୀକାନ୍ତ ସିଂହ, ଦେବାଶିଷ ନାୟକ, ଅତନୁ ସବ୍ୟସାଚୀ ନାୟକ, ମୁକ୍ତିକାନ୍ତ ମଣ୍ଡଳ, କୃଷ୍ଣଚନ୍ଦ୍ର ସଗରିଆ, ଚିରଂଜୀବୀ ବିଶ୍ୱାଳ, ବିଭୂତି ଭୂଷଣ ହରିଚନ୍ଦନ, ରାସେଶ୍ୱରୀ ପାଣିଗ୍ରାହୀ, ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ମହମ୍ମଦ ବାଜୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ପଦ୍ମଚରଣ ନାୟକ, ବିକ୍ରମ କେଶରୀ ବର୍ମା, ସାହିତ୍ୟିକା ମନୋରମା ମହାପାତ୍ର, କ୍ରିଷ୍ଣା ମହାନ୍ତି, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମନୋରଂଜନ ମହାନ୍ତି, ସାମ୍ବାଦିକ ରବି ଦାସ, ଅବଦୁଲ ବାରୀ, ସାହିତ୍ୟିକ ଦାଶ ବେନହୁର, ସ୍ତମ୍ଭକାର ପାବକ କାନୁନ୍‌ଗୋ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂହ, ଭଗବାନ ପ୍ରକାଶ, ଲେଖିକା ସେବାଶ୍ରୀ ପାତ୍ର, ସ୍ତମ୍ଭକାର ଅଭିରାମ ବିଶ୍ୱାଳ, ବୈଜ୍ଞାନିକ ଜ୍ଞାନଦେବ ମହାରଣା, ଗୌରାଙ୍ଗ ଚରଣ ପରିଡ଼ା, ସୁବୋଧ ପଟ୍ଟନାୟକ, ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ଶୋଭନୀୟ ଆନ୍ଦୋଳନର ଅରୁନ୍ଧତୀ ଦେବୀ, ଧନେଶ୍ୱର ସାହୁ, ସସ୍ମିତ ପାତ୍ର, ଦେବାଶିଷ ମାର୍ଣ୍ଡି, ଲଳିତ କଳା ଏକାଡେମି ସଭାପତି ସୁଦର୍ଶନ ପଟ୍ଟନାୟକ, ଚଣ୍ଡୀପ୍ରସାଦ ନନ୍ଦ, ପ୍ରଦୀପ କୁମାର ବେହେରା, ପ୍ରଭୁକଲ୍ୟାଣ ମହାପାତ୍ର, କାଳୀପ୍ରସାଦ ପଟ୍ଟନାୟକଙ୍କ ସମେତ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି, ଗାନ୍ଧୀବାଦୀ ଫୋରମ୍‌ (କଟକ)ର ସଭାପତି/ସମ୍ପାଦକ, ଉତ୍କଳ ଗାନ୍ଧୀ ବାଳାଶ୍ରମ (ଗରଦପୁର)ର ସଭାପତି/ସମ୍ପାଦକ, ବରଗଡ଼ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି/ସମ୍ପାଦକ, କୋରାପୁଟ ସ୍ଥିତ ସର୍ବୋଦୟ ସେବା ସମିତିର ସଭାପତି/ସମ୍ପାଦକ ସଦସ୍ୟ ରହିବେ। ସଂସ୍କୃତି ବିଭାଗର ପ୍ରମୁଖ ସଚିବ, ନିର୍ଦେଶକ କମିଟିର ସଦସ୍ୟ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟକାରୀ କରିବେ। ଆସନ୍ତା ୨୫ ତାରିଖ ୧୧ଟା ୧୫ରେ କମିଟିର ବୈଠକ ଡକାଯାଇଛି। ସଚିବାଳୟସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ କମିିଟିର ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର