ଭୁବନେଶ୍ବର : କୋଭିଡ ସଂକ୍ରମିତ ଓ କୋଭିଡ ପରବର୍ତୀ ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଜନସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ଗବେଷଣା ଓ ସର୍ବେକ୍ଷଣ କରିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦେଶନାମା ପ୍ରକାଶ ପାଇଛି। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ବିଭାଗର ସ୍ବତନ୍ତ୍ର ସଚିବ(ଜନସ୍ବାସ୍ଥ୍ୟ)। ଏହାସହ ରାଜ୍ୟ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ନିର୍ଦେଶକ, ଡିଏମ୍‌ଇଟି, ଆୟୁଷ ନି‌ର୍ଦେଶକ, ଏମ୍‌ସ ନିର୍ଦେଶକ, ଓୟୁଏଟିର ପ୍ରତିନିଧି ଓ ଯୁଗ୍ମ ସଚିବ ଏହି କମିଟିର ସଦସ୍ୟ ସଚିବ ରହିଛନ୍ତି।