ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମ ସଂରକ୍ଷଣ ପାଇଁ କମିଟି ଗଠନ ହୋଇଛି। ରାଜ୍ୟ ସାମାଜିକ ସୁରକ୍ଷା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଭିନ୍ନକ୍ଷମ କମିସନର, ଭିନ୍ନକ୍ଷମଙ୍କ କ୍ୟାରିୟର କେନ୍ଦ୍ରର ସହକାରୀ ନିର୍ଦେଶକ, ସାମାଜିକ ସୁରକ୍ଷା ବିଭାଗର ପୁନର୍ବାସ ଅଧିକାରୀ, ଦୃଷ୍ଟିବାଧିତ ହୃଷୀକେଶ ପଣ୍ଡା, ଶ୍ରବଣ ବାଧିତ ଶ୍ରୀପଥ୍ୟ ନାରାୟଣ ଯୋଶୀ, ଶାରୀରିକ ଭିନ୍ନକ୍ଷମ ରବି ତ୍ରିପାଠୀ, ବହୁଧା ଭିନ୍ନକ୍ଷମ ସୁଜାତା ପଟ୍ଟନାୟକ, ସାମାଜିକ ସୁରକ୍ଷା ବିଭାଗର ଯୁଗ୍ମ ସଚିବ ରହିଛନ୍ତି। ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଥିବା ଭିନ୍ନକ୍ଷମ ଆକ୍ଟ ୨୦୧୬ ସେକ୍ସନ ୩୪ ଅନୁଯାୟୀ, ପ୍ରତ୍ୟେକ ସରକାରୀ ପଦରେ ଭିନ୍ନକ୍ଷମ ସଂରକ୍ଷଣ ପାଇଁ ଚିହ୍ନଟ ହେବା ଉଚିତ। ଏହା ଏଭଳି ହେବା ଉଚିତ ଯେପରିକି ସଂରକ୍ଷଣ ୪ ପ୍ରତିଶତରୁ ଅଧିକ ରହିବ ନାହିଁ। ଦୃଷ୍ଟିବାଧିତ, ଶ୍ରବଣ ବାଧିତ, ମାନସିକ ଭିନ୍ନକ୍ଷମ, ଶାରୀରିକ ଭିନ୍ନକ୍ଷମ, ବହୁଧା ଭିନ୍ନକ୍ଷମଙ୍କ ପ୍ରତିନିଧିତ୍ବ ହୋଇ ପାରିବ।
ଭିନ୍ନକ୍ଷମ ସଂରକ୍ଷଣ ପାଇଁ କମିଟି ଗଠିତ
/sambad/media/post_attachments/wp-content/uploads/2019/12/desability.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)