ରାଜ୍ୟ ଓ ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ଉପଦେଷ୍ଟା କମିଟି ଗଠିତ

ଭୁବନେଶ୍ବର : ଖାଦ୍ୟପଦାର୍ଥର ସୁରକ୍ଷା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ପରାମର୍ଶ ସମିତିର ପୁନର୍ଗଠିତ ହୋଇଛି। ଏହା ଏବେ ସୁରକ୍ଷିତ ଖାଦ୍ୟ ଓ ସୁସ୍ଥ ଆହାର ଉପଦେଷ୍ଟା କମିଟି ଭାବେ ପରିଚିତ ହେବ। ରାଜ୍ୟସ୍ତରୀୟ କମିଟି ବର୍ଷକୁ ଦୁଇଥର ଓ ଜିଲ୍ଲାସ୍ତରୀୟ କମିଟି ବର୍ଷକୁ ୪ଥର ବୈଠକ ବସିବ। ଜିଲ୍ଲାସ୍ତରୀୟ କମିଟିର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲାପାଳ/ଉପାୟୁକ୍ତ ଅଧ୍ୟକ୍ଷ ରହିଛନ୍ତି। ସ୍ଥାନୀୟ ଜିଲ୍ଲାର ସିଡିଏମ୍‌ଓ ଉପାଧ୍ୟକ୍ଷ ରହିଥିବା ବେଳେ ଏସ୍‌ପି, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଡିଆଇସିର ମହାପ୍ରବନ୍ଧକ, ଜିଲ୍ଲା ଶିକ୍ଷା ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀ, ଖାଦ୍ୟ ସୁରକ୍ଷାର ୨ଜଣ ଅଧିକାରୀ, ୨ଜଣ ଖାଦ୍ୟ ବ୍ୟବସାୟୀ, ଉପଭୋକ୍ତା ସଂଗଠନର ୨ଜଣ ନୋମିନି, ଜିଲ୍ଲାରେ ଥିବା ପରୀକ୍ଷାଗାରର ଖାଦ୍ୟ ଆନାଲିଷ୍ଟ ଓ ଖାଦ୍ୟ ସୁରକ୍ଷାର ଅଧିକାରୀ ଏହି କମିଟିରେ ରହିଛନ୍ତି। ଜିଲ୍ଲାସ୍ତରରେ ନିୟମିତ ଖାଦ୍ୟ ଯାଞ୍ଚ କରିବା ସହିତ ରାଜ୍ୟରେ ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏହି କମିଟି ସହାୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର