ଯୋଡ଼ାରେ ଥମୁନି ଉତ୍ତେଜନା: ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼

ଯୋଡ଼ା: ରାମ ନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ | ଗତକାଲି ରାତିରେ ମଧ୍ୟ ଯୋଡ଼ାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଉଭୟ ଗୋଷ୍ଠୀ ପକ୍ଷରୁ ପରସ୍ପର ଉପରକୁ ପଥରଫିଙ୍ଗା ଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣେ ବାଳକ ଆହତ ହେବା ପରେ ଗତକାଲି ରାତିରେ ଯୋଡ଼ା- ବନେଇକଳା ରାସ୍ତାର ସହିଦନଗର ଛକଠାରେ ରାସ୍ତା ଅବରୋଧ କରାଯାଇଛି ।

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ, ଦମକଳ ବାହିନୀର ଗାଡି ଭଙ୍ଗାରୁଜା ହୋଇଥିବା ସୂଚନା ରହିଛି । ପରିସ୍ଥିତିକୁ ଦେଖି ଆଜି ସକାଳୁ ସହରସାରା ପୁଲିସ ଛାଉଣୀ ହୋଇଯାଇଛି । ୧୪୪ଧାରା ଜାରି ରହିଥିବାବେଳେ ସ୍କୁଲ ,କଲେଜ, ଦୋକାନ ବଜାର ବନ୍ଦ ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ୧୪ ପ୍ଲାଟୁନ ପୁଲିସ ଫୋର୍ସରୁ ୧୬ ପ୍ଲାଟୁନ ପୁଲିସ ଫୋର୍ସକୁ ବୃଦ୍ଧି କରାଯାଇଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ଯୋଡ଼ା ସହରରେ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ଘୋଷଣା କରିଛି |

ସମ୍ବନ୍ଧିତ ଖବର