ହରିଶଙ୍କର ଝରଣା କୂଳରେ ମଦ ପିଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଗିରଫ

ପାଟଣାଗଡ଼: ପ୍ରସିଦ୍ଧ ହରିଶଙ୍କର ପୀଠର ଝରଣା କୂଳରେ ମଦ ପିଇବାକୁ ନେଇ ମଙ୍ଗଳବାର ତୁମୁଳ କାଣ୍ଡ ଘଟିଥିଲା। ଏହି ମାମଲାରେ ବୁଧବାର ଉଭୟ ଗୋଷ୍ଠୀର ୬ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁସାରେ, ଝରଣା କୂଳରେ କଣ୍ଟାବାଞ୍ଜିରୁ ଆସିଥିବା କିଛି ଲୋକ ମଦ ପିଉଥିଲେ। ଏହା ଦେଖି ମନ୍ଦିର ମ୍ୟାନେଜର ଓ ପରିଚାଳନା କମିଟିର ସଦସ୍ୟମାନେ ବାରଣ କରିଥିଲେ। ଏହାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ହରିଶଙ୍କର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକଙ୍କୁ ଖପ୍ରାଖୋଲ ଥାନାରେ ଅଟକ ରଖିଥିଲା। କୋର୍ଟ ଚାଲାଣ ହୋଇଥିବା ୬ ଜଣ ହେଲେ କଣ୍ଟାବାଞ୍ଜିର ଧୀରଜ ଗୁପ୍ତା(୨୭), ଅଭିଷେକ ପୁରୋହିତ(୨୭), ବିନୟ ଜସଓ୍ବାନି(୨୭) ଏବଂ ହରିଶଙ୍କରର ବିଶ୍ବ ପ୍ରଧାନୀ(୩୧), ନାନ୍ଦୁପଲାର ମଣ୍ଟୁ ପ୍ରଧାନୀ(୨୧) ଓ ତାମିପଦର ଗ୍ରାମର କୃଷ୍ଣ ଛତ୍ରିଆ।

ସମ୍ବନ୍ଧିତ ଖବର