ସରକାରଙ୍କ ସଚେତନତାକୁ ଲୋକଙ୍କ ନିକଟରେ ପହଞ୍ଚାଉ କମ୍ୟୁନିଟି ରେଡିଓ

ଭୁବନେଶ୍ବର : କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ସମଗ୍ର ବିଶ୍ବ ସମ୍ମୁଖରେ ଆହ୍ବାନ ଛିଡ଼ା ହୋଇଥିବା ବେଳେ ଏଇ ଘଡ଼ିସନ୍ଧି ମୁହୂର୍ତରେ କମ୍ୟୁନିଟି ରେଡିଓର ବିଶେଷ ଭୂମିକା ରହିଛି। ଜଣେ ପ୍ରତିନିଧି ଭାବେ ବଭିନ୍ନ ଅଞ୍ଚଳରେ ସଚେତନତା ଜାରି ରଖିବା ଦାୟିତ୍ବ କମ୍ୟୁନିଟି ରେଡିଓ ନିଭାଇବାକୁ କମ୍ୟୁନିଟି ରେଡିଓ ଆସୋସିଏସନର ସଭାପତି ଏନ.ଏ ଶାହ ଅନ୍‌ସାରୀ କହିଛନ୍ତି। ‌ସରକାରଙ୍କ ଦ୍ବାରା ଜାରି କରାଯାଉଥିବା ସତର୍କତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଯେଉଁ ବିଭ୍ରାନ୍ତିକର କଥା ପ୍ରସାର ହେଉଛି ସେ ବାବଦରେ ମଧ୍ୟ ସାବଧାନ ରହି ଲୋକଙ୍କୁ ଠିକ ରାସ୍ତାରେ ଯିବାକୁ ବାଟ ଦେଖାଇବାକୁ ନିର୍ଦେଶ ଦେଇଛନ୍ତି ଶ୍ରୀ ଅନ୍‌ସାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନତା କର୍ଫ୍ୟୁ’ ବାବଦରେ ଘୋଷଣା କରିଥିବା ବେଳେ ସମସ୍ତ ନାଗରିକ ମାର୍ଚ୍ଚ ୨୨ ତାରିଖରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ କହିଛନ୍ତି। ଏହି ସମୟ ମଧ୍ୟରେ ଲୋକେ ୧୪ ଘଣ୍ଟା ଘର ମଧ୍ୟରେ ରହିବାକୁ କୁହାଯାଇଛି। ତେଣୁ କମ୍ୟୁନିଟି ରେଡିଓ ଏ ବାବଦରେ ଯଥେଷ୍ଟ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି। ଏଥିସହ କମ୍ୟୁନିଟି ରେଡିଓକୁ ଯେପରି ବହୁ ସଂଖ୍ୟାରେ ଲୋକେ ନଆସନ୍ତି ଏବଂ ଅନ୍ୟ ଟିମ୍‌ ସଦସ୍ୟମାନେ ଯଥା ସମ୍ଭବ ଘରୁ କାମ କରିପାରିବେ ତା’ ଉପରେ ମଧ୍ୟ ଧ୍ୟାନ ଦେବାକୁ ଆସୋସିଏସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର