ଓସଡମାକୁ କମ୍ପାନିମାନଙ୍କ ଆର୍ଥିକ ସହାୟତା ସିଏସଆର ବୋଲି ଧରାଯିବ

ଭୁବନେଶ୍ୱର : ଅତି ଭୟଙ୍କର ମହାବାତ୍ୟା ଫନି ଗତ ଶୁକ୍ରବାରଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଛି । ରାଜ୍ୟର ଏହି ବିପତ୍ତି ସମୟରେ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ବିଭିନ୍ନ ଆଡୁ ସହାୟତାର ହାତ ମଧ୍ୟ ଲମ୍ବି ଆସିଛି । ଏଣିକି କର୍ପୋରେଟ ସଂସ୍ଥାମାନେ ମଧ୍ୟ ନିଜର ସିଏସଆର (କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତା) ବ୍ୟୟ ଅଧିନରେ ଓଡ଼ିଶା ସରକାରଙ୍କ ଓସଡମା ବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ । ଏଥିପାଇଁ କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏ ସଂପର୍କରେ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଯାଇଛି ।

କମ୍ପାନି ଆଇନ (ସିଏସଆର)ର ନିୟମ ୪ଖ ଅନୁସାରେ କମ୍ପାନିମାନେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧିନସ୍ଥ ସଂସ୍ଥା ବା ସଂସଦର ଏକ ଆଇନ ଅନୁସାରେ ସ୍ଥାପିତ ସଂସ୍ଥାମାନଙ୍କ ମାଧ୍ୟମରେ ସିଏସଆର ଅନୁଦାନ ଦେଇପାରିବେ ।

ସମ୍ବନ୍ଧିତ ଖବର