ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ବଡବାସିନୀ ଛକ ଠାରେ ଗୁରୁବାର ରାତିରେ ଏକ କାର ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛକୁ ପିଟି ଦେଇଥିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହେବା ସହ ଜଣେ ମହିଳା ଅତ୍ୟନ୍ତ ଗୁରୁତର ହେଇ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ୟୁଭି ୨୩ ଅଞ୍ଚଳା ଗ୍ରାମର ସତ୍ୟରଂଜନ ବେପାରୀଙ୍କର କିଛି ଦିନ ହେଲା ପେଟ ବଥ। ହେଉଥିଲା। ୫ ଦିନ ତଳେ ସେ ଚିକିତ୍ସା ପାଇଁ ନବରଙ୍ଗପୁର ଯାଇଥିଲେ। ସେଠାରେ ସେ ସୁସ୍ଥ ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ। କିନ୍ତୁ କିଛି ଫଳପ୍ରଦ ହେଲା ନାହି। ସତ୍ୟ ରଂଜନଙ୍କର ପୁଣି ପେଟ ବ୍ୟଥା ହେବାରୁ ଗୁରୁତର ଅବସ୍ଥାରେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ରାଇଘର ନିକଟସ୍ଥ ଛତବେଡ। ଗ୍ରାମର ସୁରେଶ ମଣ୍ଡଳଙ୍କର କାର (ଓଡି୨୪ଜି ୪୯୬୨)ରେ ଯାଇଥିଲେ। ସାଙ୍ଗରେ ସୁରେଶ ମଣ୍ଡଳ, ସତ୍ୟଙ୍କର ସମୁଦୀ ଗୌରାଙ୍ଗ ରାୟ ଯିଏକି ରାଇଘର ନିକଟସ୍ଥ ସୋନପୁର ବଙ୍ଗୀୟ ଗ୍ରାମରେ ରୁହନ୍ତି ଓ ସତ୍ୟଙ୍କର ସ୍ତ୍ରୀ ତ।ରୁଲତା ବେପାରୀ ଯାଇଥିଲେ। ସେଠାରେ ରାତିରେ ହିଁ ମେଡ଼ିକାଲରେ ଆଡମିଟ ହେଇଥିଲେ ଗୋଟିଏ ଦିନ ହସ୍ପିଟାଲ୍ରେ ଚିକିତ୍ସିତ ହେବ। ପରେ ଗୁରବାର ରାତି ପ୍ରାୟ ୧୦ଟା ବେଳେ ସତ୍ୟ ରଞ୍ଜନ ହସ୍ପିଟାଲକୁ ଡିସଚାର୍ଜ ହେଇ ଉମରକୋଟ ଅଭିମୁଖେ ବାହାରିଥିଲେ।