ଆଖିଦେଖା ରିପୋର୍ଟରୁ ମରୁଡ଼ି ଆକଳନ: ଧାନ କଟା ପୂର୍ବରୁ ସହାୟତା

ଭୁବନେଶ୍ୱର: ରାଜ୍ୟର ୧୧୪ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟି ହୋଇଥିଲା। ୯୮ଟି ବ୍ଲକର ସ୍ଥିତି ଥିଲା ଅତି ଗୁରୁତର। ଏମିତି ଯେ ଶୁଷ୍କ ତଥା ଆର୍ଦ୍ରତାହୀନ ପରିସ୍ଥିତି ସୃଷ୍ଟି ହୋଇଯାଇଥିିଲା। ନିକଟରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ମରୁଡି ସ୍ଥିତି ସଂପର୍କିତ ଏକ ବୈଠକରେ ଏମିତି ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍‌ କମିସନର। ହେଲେ ଜିଲ୍ଲାପାଳମାନେ ଆଖିଦେଖା ସ୍ଥିତିକୁ ଭିତ୍ତି କରି ଫସଲହାନିର ଯେଉଁ ଚିତ୍ର ଆଙ୍କିଛନ୍ତି, ତାହା ବୟାନ କରୁଛି, ସ୍ଥିତିରେ ପୂର୍ବାପେକ୍ଷା ଉନ୍ନତି ଘଟିଛି। ରାଜ୍ୟର ପାଖାପାଖି ୨୨% ଅର୍ଥାତ୍‌ ମାତ୍ର ୭୦ଟି ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏସବୁର ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟର ୭୦ଟି ବ୍ଲକ ଅନ୍ତର୍ଗତ ୧୧୨୫ଟି ପଞ୍ଚାୟତର ୬୦୧୫ଟି ଗାଁ ସ୍ୱଳ୍ପ ବୃଷ୍ଟି ଦ୍ୱାରା ପ୍ରଭାବିତ ହୋଇଛି। ୧୧ଟି ପୌରସଂସ୍ଥାର ୮୪ଟି ଓ୍ଵାର୍ଡ ବି। ମୋଟ ୩ଲକ୍ଷ ୧୫ ହଜାର ୪୩୬ ହେକ୍ଟର ଜମିରେ ଫସଲ ଉଜୁ଼ଡି ଯାଇଛି। ଆସନ୍ତା ୨୮ ତାରିଖ ଦିନ ଅପରାହ୍ନରେ ରାଜସ୍ୱ, କୃଷି, ସମବାୟ ଆଦି ବିଭାଗମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ଓ ମରୁଡି ସଂକ୍ରାନ୍ତରେ ସରକାରଙ୍କୁ ବିଧିବଦ୍ଧ ସୁପାରିସ କରାଯିବ। ୩୦ତାରିଖ ପୂର୍ବରୁ ସରକାର ମରୁଡି ପ୍ୟାକେଜ୍‌ ଘୋଷଣା କରିପାରନ୍ତି ବୋଲି ରାଜସ୍ୱ ବିଭାଗ ଆଶା ପ୍ରକଟ କରିଛି।

ବରଗଡ଼ର ୧୦ଟି ବ୍ଲକ ଅନ୍ତର୍ଗତ ୮୮ ହଜାର ୭୭୦ ହେକ୍ଟର, ନୂଆପଡାର ୫ଟି ବ୍ଲକ ଅନ୍ତର୍ଗତ ୬୧ ହଜାର ୪୪୮ ହେକ୍ଟର , ଢେଙ୍କାନାଳର ୮ଟି ବ୍ଲକ ଅନ୍ତର୍ଗତ ୨୪ ହଜାର ୫୦୪ ହେକ୍ଟର ଓ ଅନୁଗୁଳ ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୧ ହଜାର ୭୪୧ ହେକ୍ଟରରେ ଫସଲହାନି ଘଟିଛି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବୌଦ୍ଧ, ଦେବଗଡ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, ନୟାଗଡ, ସୋନପୁର ରହିଛି, ଯେଉଁଠାରେ କି ମରୁଡିର ପ୍ରଭାବ ସାମାନ୍ୟ ରହିଛି। ମୋଟ ୧୫ଟି ଯାକ ଜିଲ୍ଲାକୁ ବିଚାରକୁ ନେଲେ, ୧ଲକ୍ଷ ୭୧ ହଜାର ୫୩୨ ହେକ୍ଟର ଜମିରେ ୫୦% ପ୍ରତିଶତରୁ ଅଧିକ ଫସଲହାନି ହୋଇଛି। ବାକି ୧ଲକ୍ଷ ୪୩ ହଜାର ୯୦୩ ହେକ୍ଟର ଜମିରେ ୩୩ରୁ ୫୦% ଫସଲ ନଷ୍ଟ ହୋଇଛି।

ଜିଲ୍ଲାପାଳଙ୍କର ରିପୋର୍ଟ ସୂଚାଉଛି ଯେ ବଲାଙ୍ଗୀର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ବରଗଡ, ନୂଆପଡା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ରହିଛି। ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକର ୩୧୭ଟି ପଞ୍ଚାୟତ ଅନ୍ତର୍ଗତ ୧୭୧୯ଟି ଗାଁରେ ଫସଲହାନି ଦେଖାଯାଇଛି। ଜିଲ୍ଲାର ୫୯ଟି ଓ୍ଵାର୍ଡରେ ସ୍ୱଳ୍ପ ବର୍ଷାର ସାଂଘାତିକ ପ୍ରକୋପ ପଡିଛି। ସମୁଦାୟ ୧ଲକ୍ଷ ୮୯୫ ହେକ୍ଟର ଜମିରେ ଫସଲ ବରବାଦ ହୋଇଯାଇଛି।

ସେହିପରି ବରଗଡ଼ର ୧୦ଟି ବ୍ଲକ ଅନ୍ତର୍ଗତ ୮୮ ହଜାର ୭୭୦ ହେକ୍ଟର, ନୂଆପଡାର ୫ଟି ବ୍ଲକ ଅନ୍ତର୍ଗତ ୬୧ ହଜାର ୪୪୮ ହେକ୍ଟର , ଢେଙ୍କାନାଳର ୮ଟି ବ୍ଲକ ଅନ୍ତର୍ଗତ ୨୪ ହଜାର ୫୦୪ ହେକ୍ଟର ଓ ଅନୁଗୁଳ ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୧ ହଜାର ୭୪୧ ହେକ୍ଟରରେ ଫସଲହାନି ଘଟିଛି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବୌଦ୍ଧ, ଦେବଗଡ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, ନୟାଗଡ, ସୋନପୁର ରହିଛି, ଯେଉଁଠାରେ କି ମରୁଡିର ପ୍ରଭାବ ସାମାନ୍ୟ ରହିଛି। ମୋଟ ୧୫ଟି ଯାକ ଜିଲ୍ଲାକୁ ବିଚାରକୁ ନେଲେ, ୧ଲକ୍ଷ ୭୧ ହଜାର ୫୩୨ ହେକ୍ଟର ଜମିରେ ୫୦% ପ୍ରତିଶତରୁ ଅଧିକ ଫସଲହାନି ହୋଇଛି। ବାକି ୧ଲକ୍ଷ ୪୩ ହଜାର ୯୦୩ ହେକ୍ଟର ଜମିରେ ୩୩ରୁ ୫୦% ଫସଲ ନଷ୍ଟ ହୋଇଛି।

ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି, ପୂର୍ବରୁ ସରକାର ଫସଲ କଟା ହେବା ପରେ ସ୍ଥିତି ଆକଳନ କରିଥାନ୍ତି ଓ ସେ ଆଧାରରେ ମରୁଡି ଘୋଷଣା ହୋଇଥାଏ। ମାତ୍ର ଏଥର ଫସଲ କଟାକୁ ଅପେକ୍ଷା ନକରି ଆଖିଦେଖା ରିପୋର୍ଟ ଉପରେ ବିଶ୍ୱାସ କରାଯାଇଛି। ଏହାଦ୍ୱାରା ଚାଷୀ ମାନସିକ ଅବସାଦରୁ ମୁକ୍ତି ପାଇବ ଓ ପରବର୍ତୀ ଫସଲ ପାଇଁ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିପାରିବ। ସେହିପରି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, କୃଷି ବିଭାଗରେ ଅର୍ଥର କୌଣସି ଅଭାବ ନାହିଁ ଏବଂ ଚାଷୀଙ୍କୁ ସହାୟତା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ମରୁଡିରେ ଫସଲ ନଷ୍ଟକୁ ନେଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ମରୁଡିରେ ନଷ୍ଟ ହୋଇଥିବା ଫସଲ ସହ ବର୍ଷାରେ ଫସଲ ଧୋଇଯାଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଦିଆଯିବା ସଂପର୍କରେ ବିଚାର କରାଯିବ।

ସମ୍ବନ୍ଧିତ ଖବର