ତିତ୍‌ଲି ପ୍ରଭାବିତଙ୍କୁ ସହାୟତା ମିଳିବ : ଗାଈ, ଘର, ବାସନକୁସନ ପାଇଁ ଦିଆଯିବ ଅର୍ଥ

ଭୁବନେଶ୍ବର : ତିତଲି ପ୍ରଭାବିତଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ସୂଚାଇଛନ୍ତି। ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି େଯ ତିତଲି ପ୍ରଭାବରେ ଭାଙ୍ଗି ଥିବା ଘର ଲୋକଙ୍କୁ କ୍ଷତିପୂରଣ ମିଳିବ ଓ ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ବି। ଏହାସହ ଘରର ଆସବାବପତ୍ର ନଷ୍ଟ ପାଇଁ ଅର୍ଥ ପ୍ରଦାନ କରାଯିବ। ଗାଈ ମରିଥିବା ପରିବାରକୁ ୩୦ ହଜାର, ବଳଦ ମରିଥିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ସହାୟତା ରାଶି ଦିଆଯିବ।

ସେହିପରି ଯଦି ଛେଳି କିମ୍ବା ମେଣ୍ଢା ମରିଥାନ୍ତି, ତେବେ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି କୁହାଯାଇଛି। ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୯୫ ହଜାର ଟଙ୍କା ସହାୟତା ଦିଆଯିବ। ପାହାଡିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୧ ହଜାର ୯୦୦ ଟଙ୍କା ମିଳିବ । ଏହା ସହ କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୩ ହଜାର ୨ ଶହ ଓ ପକ୍କା ଘର ଭାଙ୍ଗିଥିଲେ ୫ ହଜାର ୨ ଶହ ଟଙ୍କା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି। ବାସନକୁସନ ଓ ଲୁଗାପଟା ନଷ୍ଟ ହୋଇଥିଲେ ୩୮ ଶହ ଟଙ୍କା ଆର୍ଥିକ ସହାୟତ ମିଳିବ ବୋଲି ଗଣମାଧ୍ୟମକୁ କୁହାଯାଇଛି।

ସମ୍ବନ୍ଧିତ ଖବର