ଏସ୍‌ସି,ଏସ୍‌ଟିଙ୍କ ବିରୋଧରେ ଅତ୍ୟାଚାର, କ୍ଷତିପୂରଣ ପ୍ରସଙ୍ଗ : ଓଡ଼ିଶା ପୁଲିସର ସ୍ବତନ୍ତ୍ର ଅଭିଯାନରେ ୧୪୯ଟି ରିପୋର୍ଟ ଦାଖଲ

କଟକ : ଅନୁସୂଚିତ ଜାତି( ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ଉପରେ ହେଉଥିବା ଅତ୍ୟାଚାର ଅଧିନିୟମ ଅନୁସାରେ ଅତ୍ୟାଚାରର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଅଭିଯାନ ସଫଳ ‌ହୋଇଛି। ଏହି କାର୍ଯ୍ୟକୁ ତ୍ବରାନିତ୍ବ କରିବା ପାଇଁ ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜାନୁଆରି ୨୭ରୁ ଫେବ୍ରୁଆରି ୩ ତାରିଖ ଏକ ସପ୍ତାହବ୍ୟାପୀ ଚାଲିଥିବା ଅଭିଯାନରେ ୧୪୯ଟି ମାମଲାର ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି। ଡିଏସପି ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ବାରା ଯୁଗ୍ମ ତଦନ୍ତ କରାଯାଇ ଏହି ରିପୋର୍ଟ ଦାଖଲ ହୋଇଛି। ଏହି ସ୍ବତନ୍ତ୍ର ଅଭିଯାନରେ ୬୪ଟି ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ କରିପାରିଥିବା ପୁରୀ ଜିଲ୍ଲା ପୁଲିସକୁ ପୁଲିସ ଡିଜି ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, କ୍ଷତିପୂରଣ ପାଇଁ ଯୁଗ୍ମ ତଦନ୍ତ ରିପୋର୍ଟ ଅପରିହାର୍ଯ୍ୟ। କିନ୍ତୁ କିଛି ଜିଲ୍ଲାରେ ଏଭଳି ବହୁ ମାମଲା ଅମୀମାଂସିତ ରହି ଆସିଥିଲା ।

ସମ୍ବନ୍ଧିତ ଖବର