ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

ଭୁବନେଶ୍ବର : ଜାତୀୟ ଭୋଟର ଦିବସ ଅବସରରେ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ‘ମୋ ଭୋଟ ମୋ ଭବିଷ୍ୟତ-ଗୋଟିଏ ଭୋଟ ମୂଲ୍ୟବାନ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ୫ଟି ବିଭାଗରେ ପ୍ରତିଯୋଗିତା ହେଉଛି। ଏଥିରେ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ।

ଜାତୀୟସ୍ତରରେ ହେଉଥିବା ଏହି ପ୍ରତିଯୋଗିତାରେ କୁଇଜ୍‌, ସ୍ଲୋଗାନ, ସଙ୍ଗୀତ, ଭିଡିଓ ମେକିଂ, ପୋଷ୍ଟର ପ୍ରସ୍ତୁତ ଆଦି ରହିଛି। ଜାନୁଆରି ୨୫ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଖୋଲାରହିବ। ଯେକୌଣସି ନାଗରିକ https://ecisveep.nic.in/contest ୱେବସାଇଟ୍‌ରୁ ପ୍ରତିଯୋଗିତା ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ପ୍ରତିଯୋଗିତାର ଶ୍ରେଷ୍ଠ ତିନୋଟି ସ୍ଥାନ ଅଧିକାର କରିଥିବା ବ୍ୟକ୍ତିବିଶେଷଙ୍କୁ ଅର୍ଥ ରାଶି ପ୍ରଦାନ କରାଯିବ। ଏସମ୍ପର୍କରେ ନୋଟିସ୍‌ ବୋର୍ଡରେ ସମ୍ପୂର୍ଣ୍ଣ ଗାଇଡ୍‌ଲାଇନ୍‌, ବିଜ୍ଞପ୍ତି ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳସଚିବ ଓ ସରକାରୀ/ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର