ଭୁବନେଶ୍ୱର: ଲକଡାଉନ ସମୟରେ ଆପଣ ବୋରିଂ ହେଉଛନ୍ତି କି ? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ | ରାଜ୍ୟ ସରକାର ଓ ୟୁନିସେଫ ଏବେ କିଛି ପ୍ରତିଯୋଗିତାର ଆୟୋଜନ କରିଛନ୍ତି, ଯାହାକି ଆପଣ ଘରେ ବସି ଏଥିରେ ଭାଗ ନେଇପାରିବେ | ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | 'ମୋ ପ୍ରତିଭା' ନାମିତ ଏହି ପ୍ରତିଯୋଗିତା ପାଇଁ ଆପଣଙ୍କ ବୟସ ୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ପେଣ୍ଟିଙ୍ଗ, ଡ୍ରଇଂ, ପୋଷ୍ଟର,ସ୍ଲୋଗାନ, କ୍ଷୁଦ୍ର ଗଳ୍ପ, କବିତା ଲିଖନ ଭଳି ପ୍ରତିଯୋଗିତାରେ ଆପଣ ଭାଗ ନେଇପାରିବେ |
/sambad/media/post_attachments/wp-content/uploads/2020/04/EUlLhsJU4AAVUyG-1024x1024.jpg)
ନିଜର ନାମ, ସ୍କୁଲ ନାମ, ଠିକଣା ସହ ପ୍ରଥମେ ଆପଣ ହ୍ଵାଟ୍ସଆପ ନମ୍ବର ୭୬୫୭୦୩୯୮୯୧ରେ ନାମ ପଞ୍ଜିକରଣ କରାଇବେ | ଉପରୋକ୍ତ ପ୍ରତିଯୋଗିତା ପାଇଁ ଦୁଇଟି ଶୀର୍ଷକରେ ହିଁ ଆପଣ ଅଂଶଗ୍ରହଣ କରିବେ |
ଦୁଇଟି ଶୀର୍ଷକ ହେଉଛି ଲକଡାଉନ ସମୟରେ ଘରେ ରହିବା ଓ ଯୁବ ନାଗରିକ ଭାବରେ କୋଭିଡ-୧୯ ବେଳେ ଆପଣଙ୍କ ଦାୟିତ୍ୱ | ୫ରୁ ୧୦ ବର୍ଷ, ୧୧ରୁ ୧୫ ବର୍ଷ ଓ ୧୬-୧୮ ବର୍ଷ ଭାବରେ ଆପଣ ପ୍ରତିଯୋଗିତାରେ ଭାଗ ନେବେ | ବିଜେତାଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବ | ବିଜେତାଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ଓ ୟୁନିସେଫ ପକ୍ଷରୁ ମାନପତ୍ର ଦିଆଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/EUlLhsJU4AAVUyG-1.jpg)