ଭୁବନେଶ୍ବର: ୩୦ ଜିଲ୍ଲା ଓ ୫ ମହାନଗରନିଗମରୁ ଆସିଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜଭବନ ଭିତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ ସାରା ରାଜ୍ୟରେ ଏହି ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟପାଳ ଓ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି। ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା ‘କଲେଜ ଅଫ ଏଗ୍ରିକଲଚର’ ପରୀକ୍ଷା କକ୍ଷରେ ଏହି ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସକାଳ ୧୧ଟା ୩୦ରେ ଆରମ୍ଭ ହୋଇଥିଲା। ପରୀକ୍ଷା ପୂର୍ବରୁ ରାଜଭବନରୁ ବିଷୟବସ୍ତୁ ଏକ ମୁଦା ଲଫାପା ଭିତରେ ଆସିଥିଲା। ଆଜିର ପ୍ରବନ୍ଧ ପ୍ରତିଯୋଗିତାର ବିଷୟ ରହିଥିଲା ‘ବିଶ୍ଵଗୁରୁ ଭାରତ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/b3db0b54-3d0e-4c51-88a5-e3ae3b04cfbf.jpg)