ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ଫିଙ୍ଗିରେ ଚର୍ଚ୍ଚିତ ହୋଇଥିବା ମହିଳା ରାଜେଶ୍ୱରୀ କାମିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲା ପରେ ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ପ୍ରସଙ୍ଗରେ କହିଥିଲେ, ଅଣ୍ଡା ପକାଇବା ପାଇଁ ମୁଁ ଅନୁତପ୍ତ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ କ୍ଷମାର ଆବଶ୍ୟକତା ନାହିଁ। ମୋ ଉପରେ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ପରେ ରାଜ୍ୟରେ ହେଉଥିବା ବିରୋଧକୁ ସାମ୍ନା କରି ନ ପାରି ନିଜକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମାର ନାଟକ କରୁଛନ୍ତି। ରାଜେଶ୍ୱରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରତିବାଦ ପାଇଁ ମୁଁ ଅଣ୍ଡା ପକାଇବା ପରେ ମୋ ଉପରେ ମରଣାନ୍ତକ ଆକ୍ରମଣ କରାଗଲା। ବିଜେଡି ଗୁଣ୍ଡାମାନେ ଚୁଟିକୁ ଧରି ଘୋଷାଡ଼ୁଥିଲେ। ପୁଲିସ୍ ମୋତେ ସୁରକ୍ଷା ଦେବା ବଦଳରେ ବିଜେଡି କର୍ମୀଙ୍କୁ ଆକ୍ରମଣରେ ସହାୟତା କରିଥିଲା। ତାଙ୍କୁ ଆକ୍ରମଣ କରିଥିବା ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ରାଜେଶ୍ୱରୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସମୀର ମହାନ୍ତି, ସଜ୍ଜନ ଶର୍ମା, କାଳନ୍ଦୀ ସାମଲ, ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ, ପ୍ରସନ୍ନ ପାଢ଼ୀ, ପରେଶ ନାୟକ ଓ ଦିଲ୍ଲୀପ କାମିଲା ଉପସ୍ଥିତ ଥିଲେ।
ନିଜକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମାର ନାଟକ କରୁଛନ୍ତି
ରାଜେଶ୍ୱରୀଙ୍କ ଅଭିଯୋଗ
/sambad/media/post_attachments/wp-content/uploads/2018/02/naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)