ନୀଳଗିରି ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ

ପୁରୀ : ରଥଯାତ୍ରା ଖର୍ଚ୍ଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନୀଳଗିରି ବିଧାୟକ ସୁଶାନ୍ତ ନାୟକଙ୍କ ନାଁ’ରେ ପୁରୀର ଶ୍ରୀଜଗନ୍ନାଥ ସେନା ସିଂହଦ୍ବାର ଥାନାରେ ଅଭିଯୋଗ କରିଛି। ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ବାର ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ନୀଳଗିରିରେ ହେଉଥିବା ରଥଯାତ୍ରା ପାଇଁ ଅଯଥାରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ବିଧାୟକ ଶ୍ରୀ ନାୟକ ମତ ଦେଇଛନ୍ତି। କରୋନା ସମୟରେ ଏଭଳି ଖର୍ଚ୍ଚ ନ କରି ରଥଯାତ୍ରାକୁ ବନ୍ଦ ରଖିବାକୁ ସେ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି।

ବିଧାୟକଙ୍କ ଏଭଳି ଚିଠି ମହାପ୍ରଭୁଙ୍କ ଭକ୍ତଙ୍କ ଭାବନାକୁ କୁଠାରାଘାତ କରିଛି। ସେନା ପକ୍ଷରୁ ବିଧାୟକଙ୍କୁ କଳାପାହାଡ଼ ବୋଲି ଆଖ୍ୟା ଦିଆଯିବା ସହ ଏଭଳି କାର୍ଯ୍ୟ ପାଇଁ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି ସଂଗଠନ କହିଛି। ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ଦାବି କରିବା ସହ ତାଙ୍କ ବିରୋଧରେ ଆଇପିସି ୨୯୫, ୨୯୫(କ), ୨୯୬, ୨୯୭, ୨୯୮ ଓ ୧୨୦(ଖ) ଦଫାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ସମ୍ବନ୍ଧିତ ଖବର