୯ରେ ଅଭିଯୋଗ ଶୁଣାଣି ଓ ପେନସନ୍‌ ଅଦାଲତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‍ସନ୍‍ ଓ ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ୍‌) ଅଭିଯୋଗ ସମ୍ବନ୍ଧୀୟ ସ୍ବତନ୍ତ୍ର ଶୁଣାଣି ଓ ପେନସନ୍‌ ଅଦାଲତ ଆସନ୍ତା ୯ ତାରିଖରେ ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଏ.ଜି ଅଫିସ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏହି ଶୁଣାଣି ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନ୍‌ସନ୍‌ ଓ ସାଧାରଣ ଭବିଷ୍ୟନିଧି ପାଣ୍ଠି ସଂପର୍କିତ ଅଭିଯୋଗ ରହିଛି, ସେମାନେ ଆବଶ୍ୟକ କାଗଜପତ୍ର ସହ ଉକ୍ତ ଦିନ ଆବଦେନ କରିପାରିବ‌େ। ଏ ସଂପର୍କରେ ଅଧିକ ବିବରଣୀ ପାଇଁ ବରିଷ୍ଠ ଲେଖା ଅଧିକାରୀ ସୁଶୀଲ କୁମାର ମିଶ୍ର (ମୋ ନଂ-୯୪୩୮୦୩୮୩୪୩)ଙ୍କ ସହ ଅଫିସ୍ ସମୟରେ ଯୋଗା‌ଯୋଗ କରିପାରିବ‌େ ବୋଲି ଏ.ଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର