ଜୁନ୍‌ ୧୫ ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କର: ଜଳସମ୍ପଦ ସଚିବ

ଭୁବନେଶ୍ବର : ଆଗାମୀ ମୌସୁମୀ ଋତୁ ପୂର୍ବରୁ ରାଜ୍ୟରେ ଥିବା ବିଭିନ୍ନ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ତଦାରଖ ନେଇ ସମୀକ୍ଷା କରାଯାଇଛି। ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚଳିତମାସ ୧୫ ତାରିଖ ସୁଦ୍ଧା ବିଭିନ୍ନ ଡ୍ୟାମ୍‌ଗୁଡ଼ିକର ସ୍ଥିତି, ଆବଶ୍ୟକୀୟ ମରାମତି, ଜଳ ନିଷ୍କାସନ ଓ ଜଳ ପରିଚାଳନା ଗେଟ୍‌ଗୁଡ଼ିକରେ ମକ୍‌ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯେହେତୁ ଚଳିତ ବର୍ଷ ଜୁନ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟକୁ ମୌସୁମୀ ଆସିବ। ସେଥିପାଇଁ ଜୁନ ୧୫ ତାରିଖ ପୂର୍ବରୁ ନଦୀବନ୍ଧ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ବନ୍ଧ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ଲିଙ୍ଗରାଜ ଗୌଡ଼ ଓ ନଦୀବନ୍ଧ ସୁରକ୍ଷା ଦାୟିତ୍ବରେ ଥିବା ମୁଖ୍ୟଯନ୍ତ୍ରୀମାନେ ଆଲୋଚନାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର