ହଟିଲା ସଂପୂର୍ଣ୍ଣ ‌କୋଭିଡ୍‌ କଟକଣା

ଭୁବନେଶ୍ବର : କୋଭିଡ୍‌ ସଂକ୍ରମଣ ହ୍ରାସକୁ ନଜରରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରୁ କୋଭିଡ୍‌ କଟକଣା ହଟାଇ ଦେଇଛନ୍ତି। ଏଣିକି ନାଗରିକମାନେ ନିଜ ଇଚ୍ଛାନୁଯାୟୀ କୋଭିଡ୍‌ ନେଇ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସ୍ଥିତିକୁ ଦେଇ ରାଜ୍ୟ ସରକାର ମଝିରେ ମଝିରେ ସର୍ବସାଧାରଣଙ୍କ ଲାଗି କିଛି କିଛି କଟକଣା ଜାରି କରିଥାଆନ୍ତି।

ସମ୍ବନ୍ଧିତ ଖବର