ଭୁବନେଶ୍ବର : ସମବାୟ ବିଭାଗରେ କାର୍ଯ୍ୟରତ ଦୁଇ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ସବ୍ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଆଶିଷ ରାଉତ, ସମବାୟ ସମିତି ସମୂହର ନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ସମବାୟ ସମିତି ନିରୀକ୍ଷକ କେଦାରଗୌରୀ ପାତ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଉଭୟ ଅଧିକାରୀଙ୍କୁ ୫୦ ବର୍ଷ ହୋଇ ସାରିଛି। ସେମାନଙ୍କୁ ୩ ମାସର ଦରମା ଏବଂ ଭତ୍ତା ନିୟମାନୁଯାୟୀ ପ୍ରଦାନ କରାଯିବ। ଓଡ଼ିଶା ସର୍ଭିସ କୋଡ ରୁଲ-୭୧ର କ୍ଲଜ(ଏ) ଅନୁଯାୟୀ, ସେମାନଙ୍କୁ ସେବାନିବୃତ କରାଯାଇଥିବା ସମବାୟ ବିଭାଗ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp