କାର୍ଯ୍ୟାନୁଷ୍ଠାନ: ଶରତ ଚନ୍ଦ୍ର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନୂଆଁପଡ଼ା ଜିଲ୍ଲା ଖରିଆର ଡିଭିଜନର ପୂର୍ବତନ ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଶରତଙ୍କ ନାଁରେ ସାଢ଼େ ୪ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।

ଭିଜିଲାନ୍‌ସ ବିଭାଗ ୨୦୧୭ରେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅତର୍କିତ ଭାବେ ଶରତଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଶରତ ଓ ତାଙ୍କର ପରିବାର ସଦସ୍ୟଙ୍କ ଦ୍ୱାରା ସାଢ଼େ ୪ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମାଥିବା ଜଣାପଡ଼ିଥିଲା। ବିମୁଦ୍ରାକରଣ ପୂର୍ବରୁ ଏହି ଟଙ୍କା ଆକାଉଣ୍ଟରେ ଜମା କରାଯାଇଥିଲା।

ସୂଚନାଯୋଗ୍ୟ ସରକାର ପୂର୍ବରୁ ମଧ୍ୟ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ସରକାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହକାରୀ ସାଧାରଣ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେ କିଛି ଦିନ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ଅଶୋକ ବାତ୍ୟା ଫନି ସମୟରେ କାର୍ଯ୍ୟରେ ଅନୁପସ୍ଥିତ ଥିଲେ।

-ଶରତ ଚନ୍ଦ୍ର ପଣ୍ଡା (ଓଏଫଏସ)ଙ୍କୁ ରାଜ୍ୟ ସରକାର ୨୦୧୭ରେ ଖଡିଆଳରେ ଡିଏଫଓ ଭାବେ ନିଯୁକ୍ତି ଦେଇଥିଲେ। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନସ ତାଙ୍କ ଘରେ ଚଢାଉ କରିଥିଲା। ଅଜଣା ସୁତ୍ରରୁ ତାଙ୍କ ଆକାଉଣ୍ଟରେ ୪.୫ କୋଟି ଟଙ୍କା ଜମା ଥିବା ଜଣା ପଡିଥିଲା। ତଦନ୍ତରୁ ଜଣା ପଡିଥିଲା ଯେ, ବିମୁଦ୍ରାକରଣ ବେଳେ ୪ କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରା ଯାଇଥିଲା।
୧. ଶରତ ଚନ୍ଦ୍ର ପଣ୍ଡାଙ୍କ ନାମରେ ୪ କୋଟି ୨୬ଲକ୍ଷ ୧୦ ହଜାର ୯୨୦ ଟଙ୍କା
୨. ୩ଟି ୩ ମହଳା ଘର ଓ ୨ଟି ଦୁଇ ମହଳା ଘର ଭୁବନେଶ୍ୱର। ଆନୁମାନିକ ମୂଲ୍ୟ ୨୩ ଲକ୍ଷ ୯୭ ହଜାର ୩୪୧ ଟଙ୍କା
୩. ଭୁବନେଶ୍ୱରରେ ଘର ଡିହ ୫୩ ଲକ୍ଷ ୮୦ ହଜାର ଟଙ୍କା
୪. କାର ଓ ବାଇକ ୩ ଲକ୍ଷ ୮୦ ହଜାର
୫. ଘରକରଣା ସାମଗ୍ରୀ ୬ ଲକ୍ଷ ୪୯ ହଜାର ୨୩୭ ଟଙ୍କା
୬. ସୁନାରୂପା ଅଲଙ୍କାର ୨ଲକ୍ଷ ୬୪ ହଜାର ୩୦୦ ଟଙ୍କା
୭. ନଗଦ ଟଙ୍କା ଜବତ ୬ ଲକ୍ଷ ୭୭ହଜାର ୭୭୦ ଟଙ୍କା

ସମ୍ବନ୍ଧିତ ଖବର