ଆୟ ବହିର୍ଭୂତ ସମ୍ପତ୍ତି ମାମଲା : ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସରେ ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର ।

ଏହା ପୂର୍ବରୁ ଆଜି ଓଏସଏସସି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିରଞ୍ଚିଙ୍କ ଘର ସମେତ ବିଭିନ୍ନ ଠିକଣାରେ ଜୁଲାଇ ୩୦ ତାରିଖରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର ପ୍ରାୟ ସାଢେ ୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି । ତା ମଧ୍ୟରେ ରହିଥିଲା ବିପୁଳ ପରିମାଣର ନଗଦ ଟଙ୍କା । ଏହାସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ଜବତ ହୋଇଥିଲା । ଏତେ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସମ୍ବନ୍ଧିତ ଖବର